ଅମିତ୍ ଶାହା: ଷ୍ଟକ ଏକ୍ସଚେଞ୍ଜ ବ୍ରୋକରରୁ ବିଜେପି ସଭାପତି

ଭୁବନେଶ୍ୱର: ବିଶ୍ୱର ସବୁଠାରୁ ବଡ଼ ରାଜନୈତିକ ଦଳ ବୋଲି ଦାବି କରୁଥିବା ଭାରତୀୟ ଜନତା ପାଟିଁ (ବିଜେପି)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହା ଆଜି ୫୪ବର୍ଷର ହୋଇଛନ୍ତି। ବିଜେପିର ଚାଣକ୍ୟ କୁହାଯାଉଥିବା ଅମିତ୍ ଶାହା ୨୦୧୪ ଲୋକସଭା ନିର୍ବାଚନରେ ଦଳର ବିଜୟ ପଛରେ ମୁଖ୍ୟ ରଣନୀତିକାର ଥିଲେ। ଏହି ବିଜୟ ପରେ ଦଳରେ ତାଙ୍କର ଗୁରୁତ୍ୱ ସମ୍ମାନ ବଢ଼ିବା ସହିତ ବିଜେପି ସଭାପତି ଦାୟିତ୍ୱ ମଧ୍ୟ ମିଳିଛି। ବିଜେପିର ଜଣେ ସାଧାରଣ କର୍ମୀଭାବେ ରାଜନୈତିକ ଜୀବନ ଆରମ୍ଭ କରିଥିବା ଅମିତ୍ ଶାହା ଦଳର ସଭାପତି ହେବା ପର୍ଯ୍ୟନ୍ତ ଅନେକ ସଂଘର୍ଷ କରିଛନ୍ତି। ଏହି ସମୟ ମଧ୍ୟରେ ତାଙ୍କ ଜୀବନରେ ଅନେକ ବାଧାବିଘ୍ନ ଆସିଛି। ବୋଧହୁଏ ଏହି କାରଣରୁ ଅମିତ୍ ଶାହାଙ୍କ ବିରୋଧରେ ପ୍ରକାଶ ପାଉଥିବା ସମସ୍ତ ଖବରକୁ ସେ କାଟି ସାଇତି କରି ରଖନ୍ତି।

ଷ୍ଟକ ଏକ୍ସଚେଞ୍ଜ ବ୍ରୋକର ଅମିତ୍ ଶାହା

ଅମିତ୍ ଶାହାଙ୍କପୂରା ନାମ ହେଉଛି ଅମିତ୍ ଅନୀଲ ଚନ୍ଦ୍ର ଶାହା। ୧୯୬୪ରେ ମୁମ୍ୱାଇରେ ବ୍ୟବସାୟୀ ଅନୀଲଚନ୍ଦ୍ର ଶାହାଙ୍କ ପୁତ୍ର ଭାବେ ଅମିତ୍ ଶାହା ଜନ୍ମଗ୍ରହଣ କରିଥିଲେ। ସେ ବାୟୋକେମେଷ୍ଟ୍ରିରେ ବିଏସିସି ପଢ଼ିବା ପରେ ପିତାଙ୍କ ବ୍ୟବସାୟ ସହିତ ଜଡ଼ିତ ହୋଇଥିଲେ। ପାଠ ପଢ଼ା ସମୟରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ସହିତ ଜଡ଼ିତ ହୋଇ ବିଜେପିରେ ସାମିଲ ହୋଇଥିଲେ। ତାଙ୍କୁ ପ୍ରଥମେ ବିଜେପିରେ ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ କରାଯାଇଥିଲା। କିଛି ସମୟ ପର୍ଯ୍ୟନ୍ତ ଅମିତ୍ ଶାହା ଷ୍ଟକ ବ୍ରୋକର କାମ କରିବା ପରେ ଆରଏସଏସ ସହିତ ଯୋଡ଼ି ହୋଇଥିଲେ। ଏହା ପରେ ସେ ବିଜେପିର ସକ୍ରିୟ ସଦସ୍ୟତା ଗ୍ରହଣ କରିଥିଲେ। ଏହି ସମୟରେ ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡ଼ଭାନୀଙ୍କ ଗାନ୍ଧୀ ନଗର ଲୋକସଭା ଆସନର ସାଂସଦ ପ୍ରତିନିଧି ଭାବେ କାମ କରିଥିଲେ। ଏହି ସମୟରେ ଅମିତ୍ ଶାହା ଆଡ଼ଭାନୀଙ୍କ ନିକଟତର ହୋଇ ଗାନ୍ଧୀ ନଗର କ୍ଷେତ୍ରରେ ନିର୍ବାଚନ ପ୍ରଚାର କରିଥିଲେ।

ସବୁ କାମରେ ସଫଳ

ଗୁଜରାଟ ସରକାରଙ୍କ ପୂର୍ବତନ ଗୃହ ମନ୍ତ୍ରୀ ଅମିତ୍ ଶାହା ଏକଦା ଲାଲକୃଷ୍ଣ ଆଡ଼ଭାନୀଙ୍କ ସବୁଠାରୁ ବିଶ୍ୱସ୍ତ ଷଳାକଭାବେ ପରିଚିତ ଥିଲେ। ସବୁଠାରୁ କମ‍୍‌ ବୟସରେ ଅମିତ୍ ଶାହା ଗୁଜରାଟ ଷ୍ଟେଟ ଫାଇନାନ୍ସ କର୍ପୋରେସନର ଅଧ୍ୟକ୍ଷ ଦାୟିତ୍ୱ ନେଇଥିଲେ। ଏହା ପରେ ସେ ଅହମ୍ମଦାବାଦ ଜିଲ୍ଲା କୋ-ଅପରେଟିଭ ବ୍ୟାଙ୍କର ଅଧ୍ୟକ୍ଷ ମଧ୍ୟ ହୋଇଥିଲେ। ୨୦୦୩ରେ ଯେତେବେଳେ ୨ୟ ଥର ଗୁଜରାଟରେ ପାଇଁ ମୋଦି ସରକାର ଗଠନ କଲେ ସେତେବେଳେ ଅମିତ୍ ଶାହାଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରି ଗୃହ ବିଭାଗ ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେଇଥିଲେ। ଏହା ପରେ ଅମିତ୍ ଶାହା ବହୁତ ଶୀଘ୍ର ମୋଦିଙ୍କ ବିଶ୍ୱାସ ହାସଲ କରି ତାଙ୍କ ନିକଟତମ ହୋଇପାରିଥିଲେ। ଅମିତ୍ ଶାହା ଅହମ୍ମଦାବାଦର ସରଖେଜ ବିଧାନସଭା ଆସନରୁ ୪ଥର ବିଧାୟକ ହୋଇଛନ୍ତି। ୨୦୦୨ରେ ବିଜେପି ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ରାଜ୍ୟର ୧୮୨ ଆସନରୁ ୧୨୬ ଆସନରେ ବିଜୟୀ ହୋଇଥିବାବେଳେ ଅମିତ୍ ଶାହା ସର୍ବାଧିକ ୧ଲକ୍ଷ ୫୮ ହଜାର ଅଧିକ ଭୋଟରେ ବିଜୟୀ ହେବାର ରେକର୍ଡ଼ ସୃଷ୍ଟି କରିଛନ୍ତି। ଏହାପର ନିର୍ବାଚନରେ ତାଙ୍କ ବିଜୟ ବ୍ୟବଧାନ ୨ଲକ୍ଷ ୩୫ ହଜାରକୁ ବୃଦ୍ଧି ପାଇଥିଲା। ୨୦୦୪ରେ କେନ୍ଦ୍ର ସରକାରଙ୍କ ଦ୍ୱାରା ଆଣିଥିବା ଆତଙ୍କବାଦ ନିରୋଧ ଅଧିନିୟମ ପରେ ଅମିତ୍ ଶାହା ଗୁଜରାଟ କଣ୍ଟ୍ରୋଲ ଅଫ ଅର୍ଗାନାଇଜ କ୍ରାଇମ(ସଂଶୋଧିତ) ବିଲ ଆଗତ କରିବା ପରେ ବିରୋଧି ଦଳ ଏହାକୁ ବିରୋଧ କରିଥିଲେ।

୨୦୧୪ରେ ପ୍ରମୁଖ ସଫଳ ରଣନୀତିକାର ଭୂମିକା

ଅମିତ୍ ଶାହା ୨୦୧୪ ଲୋକସଭା ନିର୍ବାଚନରେ ବିଜେପିର ପ୍ରମୁଖ ରଣନୀତିକାର ଭୂମିକା ତୁଲାଇ ସଫଳ ହୋଇଥିଲେ। ଲୋକସଭାେ ନିର୍ବାଚନ ସମୟରେ ହିଂସକ ଭାଷଣ ଦେବା ଅଭିଯୋଗରେ ନିର୍ବାଚନ କମିଶନ ନିର୍ବାଚନୀ ସଭାରେ ଅମିତ୍ ଶାହାଙ୍କ ଭାଷଣ ଦେବା ଉପରେ ପ୍ରତିବନ୍ଧ ଲଗାଇଥିଲେ। ପରେ ଏହି ମାମଲାରେ ତାଙ୍କୁ କ୍ଲିନଚିଟ ମିଳିଥିଲା। ନିର୍ବାଚନ ପରେ ବିଜେପି ଅମିତ୍ ଶାହାଙ୍କ ଉପରେ ଭରଷା କରି ତାଙ୍କୁ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଦାୟିତ୍ୱ ଦେଇଥିଲା। ତାଙ୍କ ସଭାପତିତ୍ୱ କାଳରେ ଦଳରେ ଏତେ ସଂଖ୍ୟାରେ ସଦସ୍ୟ ଯୋଗ ଦେଇଛନ୍ତି ଯେ ବିଜେପି ଏବେ ବିଶ୍ୱର ସବୁଠାରୁ ବଡ଼ ରାଜନୈତିକ ଦଳଭାବେ ପ୍ରତିଷ୍ଠା ଲାଭ କରିଛି।

….ସେ ପର୍ଯ୍ୟନ୍ତ ଆସିବ ନାହିଁ ବିଜେପିର ସୁବର୍ଣ୍ଣ ଯୁଗ

ବିଜେପି ଏବେ ସଫଳତାର ଯେଉଁ ସୋପାନରେ ପହଞ୍ଚିଛି ସେଥିରେ ଅମିତ୍ ଶାହାଙ୍କର ବହୁତ ଯୋଗଦାନ ରହିଛି। ତାଙ୍କ ରଣନୀତି ଯୋଗୁଁ ବର୍ତ୍ତମାନ କେନ୍ଦ୍ରରେ ବିଜେପିର ବହୁମତ ସରକାର ରହିଛି। କେବଳ ସେତିକି ନୁହେଁ ଦେଶର ଅଧିକାଂଶ ରାଜ୍ୟରେ ବିଜେପିର ସରକାର ଗଠନ ହୋଇଛି। ଏତେ ସଫଳତା ପରେ ବି ବିଜେପିର ସୁବର୍ଣ୍ଣ ଯୁଗ ଆସିନାହିଁ ବୋଲି ଅମିତ୍ ଶାହା କହୁଛନ୍ତି। ଅମିତ୍ ଶାହାଙ୍କ ସମୟରେ ତ୍ରିପୁରାର ବାମପନ୍ଥୀ ସରକାର ପରାଜିତ ହୋଇଛି। ତ୍ରିପୁରାର ମୋଟ ୬୦ଟି ଆସନରୁ ବିଜେପି ୩୬ରେ ବିଜୟୀ ହୋଇ ସରକାର ଗଠନ କରିଛି। ଏେି ସଫଳତା ପରେ ବି ଓଡ଼ିଶା, ପଶ୍ଚିମ ବଙ୍ଗ ଓ କେରଳରେ ବିଜେପି ସରକାର ଗଠନ ନ ହେବା ପର୍ଯ୍ୟନ୍ତ ଦଳର ସୁବର୍ଣ୍ଣ ଯୁଗ ଆସି ନାହିଁ ବୋଲି ଅମିତ୍ ଶାହା କହିଛନ୍ତି।

ନିଜ ବିରୋଧରେ ପ୍ରକାଶିତ ଖବରକୁ ସାଇତି ରଖନ୍ତି ଅମିତ୍ ଶାହା

ନିଜର ସମାଲୋଚନାକୁ କେହି ସପନ୍ଦ କରନ୍ତି ନାହିଁ। କିନ୍ତୁ ଅମିତ୍ ଶାହା ନିଜ ବିରୋଧରେ ବାହାରିଥିବା ପ୍ରତ୍ୟେକ ଖବରକୁ ସଜାଇ ନିଜ ଓ୍ବେବସାଇଟରେ ଅପଲୋଡ଼ କରିଛନ୍ତି। ବିଜେପି ଅଧ୍ୟକ୍ଷ ହେବା ପରେ ତାଙ୍କ ବିରୋଧରେ ପ୍ରକାଶ ପାଇଥିବା ଅନେକ ଖବର ଓ୍ବେବସାଇଟରେ ରହିଛି।

Get in Touch

Leave A Reply

Please enter your comment!
Please enter your name here


five + 8 =

Related Articles

ପବ୍‌ଜିର ପୁନଃ ଏଣ୍ଟ୍ରି ଉଦ୍ୟମକୁ କେନ୍ଦ୍ରର ବିରୋଧ

ଅନେକ ଖେଳ ବ୍ୟବହାରକାରୀ ପବ୍‌ଜି ମୋବାଇଲ ଗେମ୍‌କୁ ଭାରତକୁ ଫେରିବା ପାଇଁ ଅପେକ୍ଷା କରିଛନ୍ତି, କିନ୍ତୁ ଲାଗୁଛି ଯେ ପବ୍‌ଜି ଭାରତରେ ଅନୁମତି ଦେବାକୁ ସରକାର ଆଗ୍ରହୀ ନୁହଁନ୍ତି ।   ପବ୍‌ଜି...

ଟାଇମ୍ସ ମେଗା ପୋଲ : ପୁଣି ମୋଦି

ମାର୍ଚ୍ଚ ପ୍ରଥମ ସପ୍ତାହରେ ଲୋକସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇପାରେ। ଆଗାମୀ ନିର୍ବାଚନରେ ଦେଶର ଜନତାଙ୍କ ମନୋଭାବ ଜାଣିବା ପାଇଁ ଟାଇମ୍ସ ଗ୍ରୁପ ପକ୍ଷରୁ ମେଗା ପୋଲ...

ଜନସଂଖ୍ୟା ଅନୁପାତରେ ସାଂସଦ ଆସନ ବଢ଼ୁ: ପ୍ରଣବ ମୁଖାର୍ଜୀ

ଦେଶର ମତଦାତାଙ୍କ ସଂଖ୍ୟା ଅନୁପାତରେ ସଂସଦରେ ଆସନ ସଂଖ୍ୟା ବୃଦ୍ଧି ପାଇବାକୁ ପୂର୍ବତନ ରାଷ୍ଟ୍ରପତି ତଥା ବିଚକ୍ଷଣ ରାଜନୀତିଜ୍ଞ ପ୍ରଣବ ମୁଖାର୍ଜୀ ପ୍ରସ୍ତାବ ଦେଇଛନ୍ତି। ଆଜି ନୂଆଦିଲ୍ଲୀରେ ଉପରାଷ୍ଟ୍ରପତି ଭେଗ୍ଧେୟା ନାୟଡ଼ୁଙ୍କ ଭାଷଣ...

Get in Touch

20,830FansLike
2,507FollowersFollow
0SubscribersSubscribe

Latest Posts

ପବ୍‌ଜିର ପୁନଃ ଏଣ୍ଟ୍ରି ଉଦ୍ୟମକୁ କେନ୍ଦ୍ରର ବିରୋଧ

ଅନେକ ଖେଳ ବ୍ୟବହାରକାରୀ ପବ୍‌ଜି ମୋବାଇଲ ଗେମ୍‌କୁ ଭାରତକୁ ଫେରିବା ପାଇଁ ଅପେକ୍ଷା କରିଛନ୍ତି, କିନ୍ତୁ ଲାଗୁଛି ଯେ ପବ୍‌ଜି ଭାରତରେ ଅନୁମତି ଦେବାକୁ ସରକାର ଆଗ୍ରହୀ ନୁହଁନ୍ତି ।   ପବ୍‌ଜି...

ଟାଇମ୍ସ ମେଗା ପୋଲ : ପୁଣି ମୋଦି

ମାର୍ଚ୍ଚ ପ୍ରଥମ ସପ୍ତାହରେ ଲୋକସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇପାରେ। ଆଗାମୀ ନିର୍ବାଚନରେ ଦେଶର ଜନତାଙ୍କ ମନୋଭାବ ଜାଣିବା ପାଇଁ ଟାଇମ୍ସ ଗ୍ରୁପ ପକ୍ଷରୁ ମେଗା ପୋଲ...

ଜନସଂଖ୍ୟା ଅନୁପାତରେ ସାଂସଦ ଆସନ ବଢ଼ୁ: ପ୍ରଣବ ମୁଖାର୍ଜୀ

ଦେଶର ମତଦାତାଙ୍କ ସଂଖ୍ୟା ଅନୁପାତରେ ସଂସଦରେ ଆସନ ସଂଖ୍ୟା ବୃଦ୍ଧି ପାଇବାକୁ ପୂର୍ବତନ ରାଷ୍ଟ୍ରପତି ତଥା ବିଚକ୍ଷଣ ରାଜନୀତିଜ୍ଞ ପ୍ରଣବ ମୁଖାର୍ଜୀ ପ୍ରସ୍ତାବ ଦେଇଛନ୍ତି। ଆଜି ନୂଆଦିଲ୍ଲୀରେ ଉପରାଷ୍ଟ୍ରପତି ଭେଗ୍ଧେୟା ନାୟଡ଼ୁଙ୍କ ଭାଷଣ...

ବଜାରରେ ମିଳିଲାଣି ମୋଦୀ ଶାଢ଼ୀ

୨୦୧୯ ଲୋକସଭା ନିର୍ବାଚନ ଯେତିକି ପାଖେଇ ଆସୁଛି ଏହାକୁ ନେଇ ବିଭିନ୍ନ ସାମଗ୍ରୀର ବଜାର ସେତିକି ଗରମ ହେବାରେ ଲାଗିଛି। ତା ଭିତରୁ ଗୁଜରାଟର ଶାଢ଼ୀ ବଜାର ଅନ୍ୟତମ। ନିର୍ବାଚନର ଠିକ୍ ପୂର୍ବରୁ...

ରାମ ମନ୍ଦିର ନିର୍ମାଣ ପାଇଁ ଗୋବିନ୍ଦାଚାର୍ଯ୍ୟ ବୁଦ୍ଧି ଦେଲେ ମୋଦିଙ୍କୁ

ଦେଶର ଲୋକତାନ୍ତ୍ରିକ ବ୍ୟବସ୍ଥାରେ ସରକାରକୁ ପ୍ରତି ପାଞ୍ଚ ବର୍ଷରେ ନିର୍ବାଚନ ସମୟରେ ଲୋକମାନଙ୍କ ସମର୍ଥନ ଲୋଡ଼ିବାକୁ ପଡ଼ିଥାଏ। ସରକାରୀ ଚାକିରି ପାଇଁ ଯୁବକମାନଙ୍କୁ କଠିନ ପରୀକ୍ଷାର ଅନେକ ପ୍ରକ୍ରିୟା ଦେଇ ଗତି କରିବାକୁ...