ବିଚାରପତିଙ୍କ ବିଦ୍ରୋହ ଓ ସଂସଦରେ ମହାଭିଯୋଗକୁ ସମ୍ଭାଳିବା ଥିବା ପ୍ରଥମ ବିଚାରପତି ଦିପକ କୁମାର ମିଶ୍ର

ଭୁବନେଶ୍ୱର: ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଦିପକ କୁମାର ମିଶ୍ରଙ୍କର ବିଚାରପତି ଭାବରେ ଆଜିଥିଲା ଶେଷ କାର୍ଯ୍ୟ ଦିବସ। ସୁପ୍ରିମକୋର୍ଟର ବରିଷ୍ଠ ବିଚାରପତି ବିଦ୍ରୋହକୁ ସମ୍ମୁଖୀନ ହେବାରେ ମୁଖ୍ୟ ବିଚାରପତି ଦିପକ କୁମାର ମିଶ୍ର ହେଉଛନ୍ତି ବିଚାର ବିଭାଗ ଇତିହାସରେ ଏକମାତ୍ର ବିଚାରପତି ଭାବେ ମନେ ରହିବେ। କେବଳ ସେତିକି ନୁହେଁ, ତାଙ୍କ କାର୍ଯ୍ୟକାଳ ସମୟରେ ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବୀ ତଥା କଂଗ୍ରେସ ନେତା କପିଲ ସିବଲ ସଂସଦରେ ତାଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଗତ କରିଥିଲେ। ଏହା ପରେ ଆଲୋଚନା ହେବାରେ ବିଫଳ ହୋଇଥିଲା। ମୁଖ୍ୟ ବିଚାରପତି ଦିପକ କୁମାର ମିଶ୍ର ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଅନେକ ଐତିହାସିକ ରାୟ ଦେବା ସହିତ ସୁପ୍ରିମକୋର୍ଟର ବିଚାର ପ୍ରକ୍ରିୟାର ସିଧା ପ୍ରସାରଣ ପାଇଁ ଅନୁମତି ଦେଇ ବିଚାର ବିଭାଗ ଇତିହାସରେ ନୂଆ ଅଧ୍ୟାୟ ସୃଷ୍ଟି କରିଛନ୍ତି।

ମୁଖ୍ୟ ବିଚାରପତି ଭାବେ ବିଚାରପତି ଦିପକ କୁମାର ମିଶ୍ରଙ୍କ କାର୍ଯ୍ୟକାଳ ୧୩ମାସ ୫ଦିନ ରହିଥିଲା। ଏହି ସମୟ ମଧ୍ୟରେ ତାଙ୍କ କାର୍ଯ୍ୟଶୈଳୀକୁ ଅନେକ ବାଦ ବିବାଦ ଉପୁଜିଛି। ସୁପ୍ରିମକୋର୍ଟର ବିଚାରପତି ଓ ଓକିଲମାନେ ବିଭିନ୍ନ ଖଣ୍ଡପୀଠରେ ମାମଲା ବଣ୍ଟନରେ ତାଙ୍କ କାର୍ଯ୍ୟ ପ୍ରଣାଳୀ, ସମ୍ୱିଧାନ ପୀଠ ମାମଲାରେ ସୁପ୍ରିମକୋର୍ଟର ନୂଆ ବିଚାରପତିଙ୍କୁ ସାମିଲ କରିବା ନେଇ ତାଙ୍କ ବିରୋଧରେ ଅଭିଯୋଗ ହୋଇଥିଲା।

ସ୍ୱତନ୍ତ୍ର ଅଦାଲତର ବିଚାରପତି ବି.ଏଚ.ଲୋୟାଙ୍କ ମୃତ୍ୟୁ ମାମଲା ସମେତ ଗୁରୁତ୍ୱପୂର୍ଣ୍ଣ ମାମଲାକୁ ବିଚାର ପାଇଁ ତାଙ୍କ ପସନ୍ଦର ବେଞ୍ଚକୁ ଦିଆଯାଇଥିଲା। ମୁଖ୍ୟ ବିଚାରପତିଙ୍କ ବିରୋଧରେ ବିଦ୍ରୋହ କରିଥିବା ୪ଜଣ ବିଚାରପତି ମଧ୍ୟ ବିଚାରପତି ବି.ଏଚ.ଲୋୟାଙ୍କ ବିଚାର ମାମଲାରେ ଅସନ୍ତୋଷ ପ୍ରକାଶ କରି ମିଡିଆ ସାମ୍ନାରେ ଉଠାଇଥିଲେ।

ଏହାପରେ ବରିଷ୍ଠତାରେ ୨ୟ ସ୍ଥାନରେ ଥିବା ବିଚାରପତି ଜେ. ଚେମେଲେଶ୍ୱର ଲକ୍ଷ୍ନୌର ଏକ ମେଡିକାଲ କଲେଜରେ ନାମ ଲେଖାକୁ ନେଇ ଯେଉଁ ଦୁର୍ନୀତି ହୋଇଥିଲା, ସେଥିରେ ଜଡିତ ଅପରାଧିଙ୍କୁ ଏସଆଇଟି ତଦନ୍ତ ପାଇଁ ଆଗତ ଆବେଦନ ଉପରେ ୫ଜଣ ନ୍ୟାୟାଧିକଙ୍କୁ ନେଇ ବେଞ୍ଚ ଗଠନ କରିଥିଲେ। ୨୦୧୭ ନଭେମ୍ୱର ୯ତାରିଖରେ ବିଚାରପତି ଚେମେଲେଶ୍ୱା ଯେଉଁ ରାୟ ଦେଇଥିଲେ ପରଦିନ ୫ଜଣିଆ ବିଚାରପତି ଖଣ୍ଡପୀଠ ତାହାକୁ ବଦଳାଇ ଦେଇଥିଲେ। ଏହାକୁ ନେଇ ମୁଖ୍ୟ ବିଚାରପତିଙ୍କ ବିରୋଧରେ ସ୍ୱର ଉଠିଥିଲା। ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣ ସମେତ ଅନେକ ଆଇନଜୀବୀ ୧ନଂ କୋର୍ଟ ବିରୋଧରେ ସ୍ୱର ଉତ୍ତୋଳନ କରିଥିଲେ।

ମୁଖ୍ୟ ବିଚାରପତି ଶ୍ରୀ ମିଶ୍ରଙ୍କ କାର୍ଯ୍ୟ ପ୍ରଣାଳୀ ବିରୋଧରେ ତାଙ୍କ ସହକର୍ମୀ ବିଚାରପତିମାନେ ପ୍ରଶ୍ନ ଉଠାଇଥିଲେ। ଏହି ଅଭିଯୋଗ ଉପରେ କିଛି ଓକିଲ ବି ପରେ ସାମିଲ ହୋଇଥିଲେ। କିନ୍ତୁ ମୁଖ୍ୟ ବିଚାରପତି ଶ୍ରୀ ମିଶ୍ର ନିଜର ଶାନ୍ତ ସ୍ୱଭାବ ଓ କୌଶଳ ବଳରେ ଏପରି ଅଭିଯୋଗକୁ ନୀରବରେ ଖାରଜ କରିଦେଇଥିଲେ।

Get in Touch

Leave A Reply

Please enter your comment!
Please enter your name here


eight − 7 =

Related Articles

ପବ୍‌ଜିର ପୁନଃ ଏଣ୍ଟ୍ରି ଉଦ୍ୟମକୁ କେନ୍ଦ୍ରର ବିରୋଧ

ଅନେକ ଖେଳ ବ୍ୟବହାରକାରୀ ପବ୍‌ଜି ମୋବାଇଲ ଗେମ୍‌କୁ ଭାରତକୁ ଫେରିବା ପାଇଁ ଅପେକ୍ଷା କରିଛନ୍ତି, କିନ୍ତୁ ଲାଗୁଛି ଯେ ପବ୍‌ଜି ଭାରତରେ ଅନୁମତି ଦେବାକୁ ସରକାର ଆଗ୍ରହୀ ନୁହଁନ୍ତି ।   ପବ୍‌ଜି...

ଟାଇମ୍ସ ମେଗା ପୋଲ : ପୁଣି ମୋଦି

ମାର୍ଚ୍ଚ ପ୍ରଥମ ସପ୍ତାହରେ ଲୋକସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇପାରେ। ଆଗାମୀ ନିର୍ବାଚନରେ ଦେଶର ଜନତାଙ୍କ ମନୋଭାବ ଜାଣିବା ପାଇଁ ଟାଇମ୍ସ ଗ୍ରୁପ ପକ୍ଷରୁ ମେଗା ପୋଲ...

ଜନସଂଖ୍ୟା ଅନୁପାତରେ ସାଂସଦ ଆସନ ବଢ଼ୁ: ପ୍ରଣବ ମୁଖାର୍ଜୀ

ଦେଶର ମତଦାତାଙ୍କ ସଂଖ୍ୟା ଅନୁପାତରେ ସଂସଦରେ ଆସନ ସଂଖ୍ୟା ବୃଦ୍ଧି ପାଇବାକୁ ପୂର୍ବତନ ରାଷ୍ଟ୍ରପତି ତଥା ବିଚକ୍ଷଣ ରାଜନୀତିଜ୍ଞ ପ୍ରଣବ ମୁଖାର୍ଜୀ ପ୍ରସ୍ତାବ ଦେଇଛନ୍ତି। ଆଜି ନୂଆଦିଲ୍ଲୀରେ ଉପରାଷ୍ଟ୍ରପତି ଭେଗ୍ଧେୟା ନାୟଡ଼ୁଙ୍କ ଭାଷଣ...

Get in Touch

20,830FansLike
2,507FollowersFollow
0SubscribersSubscribe

Latest Posts

ପବ୍‌ଜିର ପୁନଃ ଏଣ୍ଟ୍ରି ଉଦ୍ୟମକୁ କେନ୍ଦ୍ରର ବିରୋଧ

ଅନେକ ଖେଳ ବ୍ୟବହାରକାରୀ ପବ୍‌ଜି ମୋବାଇଲ ଗେମ୍‌କୁ ଭାରତକୁ ଫେରିବା ପାଇଁ ଅପେକ୍ଷା କରିଛନ୍ତି, କିନ୍ତୁ ଲାଗୁଛି ଯେ ପବ୍‌ଜି ଭାରତରେ ଅନୁମତି ଦେବାକୁ ସରକାର ଆଗ୍ରହୀ ନୁହଁନ୍ତି ।   ପବ୍‌ଜି...

ଟାଇମ୍ସ ମେଗା ପୋଲ : ପୁଣି ମୋଦି

ମାର୍ଚ୍ଚ ପ୍ରଥମ ସପ୍ତାହରେ ଲୋକସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇପାରେ। ଆଗାମୀ ନିର୍ବାଚନରେ ଦେଶର ଜନତାଙ୍କ ମନୋଭାବ ଜାଣିବା ପାଇଁ ଟାଇମ୍ସ ଗ୍ରୁପ ପକ୍ଷରୁ ମେଗା ପୋଲ...

ଜନସଂଖ୍ୟା ଅନୁପାତରେ ସାଂସଦ ଆସନ ବଢ଼ୁ: ପ୍ରଣବ ମୁଖାର୍ଜୀ

ଦେଶର ମତଦାତାଙ୍କ ସଂଖ୍ୟା ଅନୁପାତରେ ସଂସଦରେ ଆସନ ସଂଖ୍ୟା ବୃଦ୍ଧି ପାଇବାକୁ ପୂର୍ବତନ ରାଷ୍ଟ୍ରପତି ତଥା ବିଚକ୍ଷଣ ରାଜନୀତିଜ୍ଞ ପ୍ରଣବ ମୁଖାର୍ଜୀ ପ୍ରସ୍ତାବ ଦେଇଛନ୍ତି। ଆଜି ନୂଆଦିଲ୍ଲୀରେ ଉପରାଷ୍ଟ୍ରପତି ଭେଗ୍ଧେୟା ନାୟଡ଼ୁଙ୍କ ଭାଷଣ...

ବଜାରରେ ମିଳିଲାଣି ମୋଦୀ ଶାଢ଼ୀ

୨୦୧୯ ଲୋକସଭା ନିର୍ବାଚନ ଯେତିକି ପାଖେଇ ଆସୁଛି ଏହାକୁ ନେଇ ବିଭିନ୍ନ ସାମଗ୍ରୀର ବଜାର ସେତିକି ଗରମ ହେବାରେ ଲାଗିଛି। ତା ଭିତରୁ ଗୁଜରାଟର ଶାଢ଼ୀ ବଜାର ଅନ୍ୟତମ। ନିର୍ବାଚନର ଠିକ୍ ପୂର୍ବରୁ...

ରାମ ମନ୍ଦିର ନିର୍ମାଣ ପାଇଁ ଗୋବିନ୍ଦାଚାର୍ଯ୍ୟ ବୁଦ୍ଧି ଦେଲେ ମୋଦିଙ୍କୁ

ଦେଶର ଲୋକତାନ୍ତ୍ରିକ ବ୍ୟବସ୍ଥାରେ ସରକାରକୁ ପ୍ରତି ପାଞ୍ଚ ବର୍ଷରେ ନିର୍ବାଚନ ସମୟରେ ଲୋକମାନଙ୍କ ସମର୍ଥନ ଲୋଡ଼ିବାକୁ ପଡ଼ିଥାଏ। ସରକାରୀ ଚାକିରି ପାଇଁ ଯୁବକମାନଙ୍କୁ କଠିନ ପରୀକ୍ଷାର ଅନେକ ପ୍ରକ୍ରିୟା ଦେଇ ଗତି କରିବାକୁ...