ରାମ ମନ୍ଦିର ନିର୍ମାଣ ପାଇଁ ଗୋବିନ୍ଦାଚାର୍ଯ୍ୟ ବୁଦ୍ଧି ଦେଲେ ମୋଦିଙ୍କୁ

ଦେଶର ଲୋକତାନ୍ତ୍ରିକ ବ୍ୟବସ୍ଥାରେ ସରକାରକୁ ପ୍ରତି ପାଞ୍ଚ ବର୍ଷରେ ନିର୍ବାଚନ ସମୟରେ ଲୋକମାନଙ୍କ ସମର୍ଥନ ଲୋଡ଼ିବାକୁ ପଡ଼ିଥାଏ। ସରକାରୀ ଚାକିରି ପାଇଁ ଯୁବକମାନଙ୍କୁ କଠିନ ପରୀକ୍ଷାର ଅନେକ ପ୍ରକ୍ରିୟା ଦେଇ ଗତି କରିବାକୁ ପଡ଼ିଥାଏ। କିନ୍ତୁ ବିଚାରପତି ହେବାକୁ କୌଣସି ପାରଦର୍ଶୀ ପ୍ରକ୍ରିୟା ନାହିଁ। ବିଚାରପତି ଦ୍ୱାରା ନିଜର ପରିଚିତ ଲୋକଙ୍କ ଭିତରୁ ନୂଆ ବିଚାରପତି ନିଯୁକ୍ତି କରିବା କଲେଜିୟମ ପ୍ରଣାଳୀକୁ ସୁପ୍ରିମକୋର୍ଟର ୫ଜଣ ବିଚାରପତି ୨୦୧୫ରେ କଡ଼ା ସମାଲୋଚନା କରିଥିଲେ। ବିଚାର ବ୍ୟବସ୍ଥାରେ ସାଧାରଣ ଜନତା ପ୍ରତି ଉତ୍ତରଦାୟୀ ନ ହେବା ସହିତ ଆଭିଜାତ୍ୟ ଏଜେଣ୍ଡାକୁ ଆଗକୁ ବଢ଼ାଯାଇଥାଏ। ଦେଶରେ ୩କୋଟି ମାମଲା ବିଚାର ପାଇଁ ପଡ଼ିରହିଥିବାରୁ ୨୫କୋଟି ଲୋକ ନ୍ୟାୟରୁ ବଞ୍ଚିତ ହେଉଛନ୍ତି। ଜନସାଧାରଣଙ୍କୁ ନ୍ୟାୟ ଦେବା ପରିବର୍ତ୍ତେ ନ୍ୟାୟଳୟରେ ବ୍ୟଭିଚାର, ସମଲିଙ୍ଗିତା, ସାବରିମାଳା ଭଳି ମାମଲାକୁ ଅଧିକ ଗୁରୁତ୍ୱ ଦିଆଯାଉଛି। ଏପରିକି ଅନେକ ମାମଲାରେ ଅର୍ଦ୍ଧ ରାତିରେ ଶୁଣାଣୀ କରିଥିବା ସୁପ୍ରିମକୋର୍ଟ ଅଯୋଧ୍ୟା ମାମଲାର ବିଚାର ପାଇଁ ନିରବ କାହିଁକି? ବିଚାରପତି ନିଯୁକ୍ତି ପ୍ରଣାଳୀରେ ପାରିଦର୍ଶୀତା ଓ ସୁଧାର ପାଇଁ ମୁଁ ଆବେଦନ କରିବା ସହିତ କେନ୍ଦ୍ର ସରକାରଙ୍କୁ ମଧ୍ୟ ସୂଚନା ଦେଇଥିଲି। ଏହା ଉପରେ ଏ ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ।

ଭୁବନେଶ୍ୱର: ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ଅତ୍ୟନ୍ତ ଘନିଷ୍ଟ କୁହାଯାଉଥିବା ତଥା ନବେ ଦଶକରେ ବିଜେପିର ଚାଣକ୍ୟ କୁହାଯାଉଥିବା କେ. ଏନ. ଗୋବିନ୍ଦାଚାର୍ଯ୍ୟ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ୬ପୃଷ୍ଠାର ଚିଠି ମାଧ୍ୟମରେ ବୁଦ୍ଧି ଦେଇଛନ୍ତି। ମନ୍ଦିର ନିର୍ମାଣ ପାଇଁ କିପରି ଆଇନ ପରିବର୍ତ୍ତନ କରାଯାଇପାରିବ ସେ ସମ୍ପର୍କରେ ବିସ୍ତୃତ ଭାବେ ବର୍ଣ୍ଣନା କରିଛନ୍ତି।

ସଂଘର ଅନେକ ପଦାଧିକାରୀ ଅଧ୍ୟାଦେଶ ଆଣି ମନ୍ଦିର ନିର୍ମାଣ କରିବାକୁ କହୁଥିବାବେଳେ ଗୋବିନ୍ଦାଚାର୍ଯ୍ୟ ଏହାକୁ ଖାରଜ କରିଦେଇଛନ୍ତି। ତାଙ୍କ ମତରେ ଅଯୋଧ୍ୟାର ବିବାଦିତ ଜମି ଉପରେ ୧୯୯୩ର ଆଇନ ଅନୁସାରେ ମାଲିକ ହେଉଛନ୍ତି କେନ୍ଦ୍ର ସରକାର। ଏହା ଉପରେ ଏବେ ଅଦାଲତର ପ୍ରତିବନ୍ଧ ଲାଗିଛି। ୧୯୯୩ର ଏହି ଆଇନକୁ ସଂଶୋଧନ କରି ଅଦାଲତର ପ୍ରତିବନ୍ଧକୁ ହଟାଇ କେନ୍ଦ୍ର ସରକାର ନିଜ ଇଛା ଅନୁସାରେ ଜମିର ବ୍ୟବହାର କରିପାରିବେ। ଗୋବିନ୍ଦାଚାର୍ଯ୍ୟଙ୍କ ଏହି ଚିଠିକୁ ନେଇ ଏବେ ଚର୍ଚ୍ଚା ଜୋର ଧରିବାରେ ଲାଗିଛି।

ସଂଘ ଓ ବିଜେପିର କାର୍ଯ୍ୟକର୍ତ୍ତାମାନେ ରାମ ମନ୍ଦିର ନିର୍ମାଣ ନେଇ ଆକ୍ରାମକ ହୋଇପାରୁନାହାନ୍ତି। ଗୋବିନ୍ଦାଚାର୍ଯ୍ୟ ରାଜନୀତିରେ ନଥିବାରୁ ତାଙ୍କର ଏହି ଚିଠି ନ୍ୟାୟପାଳିକା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି। ନ୍ୟାୟପାଳିକା ଭୟରେ ବିଜେପି ଓ ମୋଦି ସରକାର ରାମ ମନ୍ଦିର ପ୍ରସଙ୍ଗରେ ରାଜନୈତିକ ପରିବେଶ ସୃଷ୍ଟି କରିପାରିନାହାନ୍ତି। ଗୋବିନ୍ଦାଚାର୍ଯ୍ୟଙ୍କ ଏହି ଚିଠି ପରେ ରାମ ମନ୍ଦିର ନିର୍ମାଣ ପ୍ରସଙ୍ଗ ଆହୁରି ଜୋର ଧରିବ ବୋଲି ରାଜନୀତିକ ମହଲରେ ଆଲୋଚନା ହେଉଛି।

ଗୋବିନ୍ଦାଚାର୍ଯ୍ୟଙ୍କ ଚିଠିର ପ୍ରମୁଖ ଅଂଶ

୧- ଦେଶର ଏକତା ଆଣିଥିବା ଲୌହପୁରୁଷ ସର‍୍‌ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ସ୍ମୃତିରେ ରେକର୍ଡ଼ ସମୟ ମଧ୍ୟରେ ବିଶ୍ୱର ସବୁଠାରୁ ଉଚ୍ଚ  ମୂର୍ତ୍ତି ନିର୍ମାଣ କରିଥିବାରୁ ଦେଶବାସୀଙ୍କ ତରଫରୁ ଅଭିନନ୍ଦନ ଜଣାଉଛି। ସେହିଭଳି କ୍ଷୀପ୍ରଗତିରେ ଯଦି ଅଯୋଧ୍ୟାରେ ରାମ ଜନ୍ମଭୂମି ଉପରେ ମନ୍ଦିର ନିର୍ମାଣ କରାଯାଏ ତେବେ ଦେଶବାସୀ ଆପଣଙ୍କୁ ଯେଉଁ ଜନାଦେଶ ଦେଇଥିଲେ ତାହା ସାର୍ଥକ ହୋଇପାରିବ।

୨- ରାମଜନ୍ମ ଭୂମିର ୨.୭୭୪୪ ଏକର ଜମି ସମେତ ସମଗ୍ର ପରିସରରେ ଥିବା ୬୭.୭୦୩ ଏକର ଜମିର ମାଲିକାନା କେନ୍ଦ୍ର ସରକାରଙ୍କ ପାଖରେ ରହିଛି। ଏଥିପାଇଁ ସଂସଦରେ ୧୯୯୩ରେ ଆଇନ ମଧ୍ୟ ତିଆରି ହୋଇଛି। ଏହି ଆଇନକୁ ସୁପ୍ରିମକୋର୍ଟ ୧୯୯୪ରେ ସ୍ୱୀକୃତି ମଧ୍ୟ ପ୍ରଦାନ କରିସାରିଛି। ଭାରତ ସରକାର ଏହି ଜମିର ମାଲିକ ହୋଇଥିବାବେଳେ ସେହି ଜମିରେ ମନ୍ଦିର ନିର୍ମାଣ ପାଇଁ ଅଧ୍ୟାଦେଶର କଣ ଆବଶ୍ୟକତା ରହିଛି ବୋଲି ଗୋବିନ୍ଦାଚାର୍ଯ୍ୟ ପ୍ରଶ୍ନ କରିଛନ୍ତି। ୧୯୯୩ରେ ନରସିଂହ ରାଓଙ୍କ କଂଗ୍ରେସ ସରକାର ଦ୍ୱାରା ପ୍ରସ୍ତୁତ ହୋଇଥିବା ଆଇନରେ ଜମି ବ୍ୟବହାର ଉପରେ ଲଗାଯାଇଥିବା ନିଷେଧାଦେଶକୁ ସୁପ୍ରିମକୋର୍ଟ ମୋହର ଲଗାଇଛନ୍ତି। ଯାହା ଫଳରେ ମନ୍ଦିର ନିର୍ମାଣ କ୍ଷେତ୍ରରେ ସମସ୍ୟା ଦେଖାଦେଉଛି।

୩- ରାମଜନ୍ମ ଭୁମିର ମାଲିକାନାକୁ ନେଇ ବିବାଦ ରହିଛି ବୋଲି ସମସ୍ତ ପକ୍ଷ ମାନୁଛନ୍ତି। ତେବେ ଏହାର ତୁରନ୍ତ ବିଚାର କାହିଁକି କରାଯାଉନାହିଁ। ୨୯୯୩ରେ ସଂସଦ ଦ୍ୱାରା ପ୍ରସ୍ତୁତ ହୋଇଥିବା ଆଇନ ଅନୁସାରେ ରାମଜନ୍ମ ଭୂମି ପରିଷରର ସମସ୍ତ ଜମିର ମାଲିକାନା କେନ୍ଦ୍ର ସରକାରଙ୍କ ନିକଟରେ ରହିଛି। ଏପରି କ୍ଷେତ୍ରରେ ଏହି ମାମଲାରେ କେନ୍ଦ୍ର ସରକାର ନିଜକୁ କାହିଁକି ପକ୍ଷଭୁକ୍ତ କରୁନାହାନ୍ତି। ଆହ୍ଲାବାଦ ହାଇକୋର୍ଟର କାର୍ଯବାହୀକୁ ଅନୁଧ୍ୟାନ କଲେ ଜଣାଯାଏ ଯେ, ଏହି ମାମଲାରେ କେନ୍ଦ୍ର ସରକାର ପକ୍ଷଭୂକ୍ତ ହେବାକୁ ଶୁଣାଣୀ ହୋଇଥିଲା। ତତ୍କଳୀନ ନରସିଂହ ରାଓ ସରକାର ଏହି ମାମଲାରୁ ବଞ୍ଚିବା ପାଇଁ ଚାହିଁବାରୁ ୧୯୯୫ ମଇ ମାସରେ ହୋଇଥିବା ଆଦେଶ ଅନୁସାରେ କେନ୍ଦ୍ର ସରକାରଙ୍କୁ ଔପଚାରିକ ପକ୍ଷଭୁକ୍ତ କରାଯାଇନଥିଲା।

ବିଜେପି ନିଜର ନିର୍ବାଚନୀ ଘୋଷଣା ପତ୍ରରେ ରାମ ମନ୍ଦିର ନିର୍ମାଣ କଥା କହିଥିଲା। ତେଣୁ କେନ୍ଦ୍ର ସରକାରଙ୍କୁ ରାମଜନ୍ମ ଭୂମି ମାମଲାରେ ଔପଚାରିକ ପକ୍ଷଭୁକ୍ତ ହେବା ଆବଶ୍ୟକ। ସିଭିଲ ପ୍ରୋସେଜିୟୋର କୋଡ଼ ଆଇନ ଅନୁସାରେ ଜମିର ମାଲିକାନା ବିବାଦ ମାମଲାରେ ଜମି ମାଲିକଙ୍କୁ ପକ୍ଷଭୁକ୍ତ ହେବା ଆବଶ୍ୟକ। ତେଣୁ ଏହି ମାମଲାରେ କେନ୍ଦ୍ର ସରକାର ପକ୍ଷଭୁକ୍ତ ହୋଇ ରାମ ମନ୍ଦିର ନିର୍ମାଣର ରାସ୍ତାକୁ ପରିଷ୍କାର କରିବା ଆବଶ୍ୟକ। ଏହି ମାମଲାରେ କେନ୍ଦ୍ର ସରକାର ନିମ୍ନ ଲିଖିତ ତଥ୍ୟ ଉପରେ ସୁପ୍ରିମକୋର୍ଟରେ ନିଜର ପକ୍ଷ ରଖିବା ଆବଶ୍ୟକ।

 

(କ)- ବାବରୀ ଢ଼ାଞ୍ଚା ସହିତ ଗର୍ଭଗୃହର ସ୍ଥାନ ସବୁବେଳେ ରାମଙ୍କର ହିଁ ରହିଛି। ରାଜକୀୟ ଦୃଷ୍ଟିରୁ ବାଦଶାହା ହୋଇଥିବାରୁ ୧୫୨୮ରେ ଯଦି ବାବରଙ୍କ ପାଖକୁ ଏହି ଜମିର ମାଲିକାନା ଆସିପାରିଥିଲା, ତେବେ ଆଜିର ନିର୍ବାଚିତ ସରକାର ଅଯୋଧ୍ୟାର ଏହି ଜମିର ମାଲିକ। ଏହି କଥା ସଂସଦର ୧୯୯୩ ଆଇନ ଅନୁସାରେ ସ୍ପଷ୍ଟ ହୋଇଥିିବାବେଳେ ସୁପ୍ରିମକୋର୍ଟ ଏହାକୁ ୧୯୯୪ରେ ସ୍ୱୀକୃତି ଦେଇଛନ୍ତି।

(ଖ)- ବାବରୀ ଢ଼ାଞ୍ଚା ଭାଙ୍ଗିବା ମାମଲା ଜମି ବିବାଦଠାରୁ ସମ୍ପୁର୍ଣ୍ଣ ଅଲଗା। ଏହି ମାମଲାରେ କର ସେବକ ଓ ସେମାନଙ୍କ ନେତାମାନଙ୍କ ବିରୋଧରେ ଲକ୍ଷ୍ନୌ ଅଦାଲତରେ ଅପରାଧିକ ମାମଲା ଚାଲୁଛି। ହଜାରେ ସାକ୍ଷୀ ଥିବା ମାମଲାକୁ ୨୦୧୯ ଏପ୍ରିଲ ମଧ୍ୟରେ ସାରିବାକୁ ସୁପ୍ରିମକୋର୍ଟ ଆଦେଶ ଦେଇଥିଲେ। ତେଣୁ ଜମି ମାମଲାକୁ ପ୍ରତିଦିନ ଶୁଣାଣୀ କରାଯାଇ ତୁରନ୍ତ ଫ୍ଭେସଲା କରାଯିବା ଆବଶ୍ୟକ।

(ଗ)- ସମ୍ୱିଧାନ ଅନୁସାରେ ସରକାର, ସଂସଦ ଓ ନ୍ୟାୟପାଳିକାର କାମ ଅଲଗା ଅଲଗା। ସରକାର ଯେତେବେଳେ ସଂସଦରେ ଆଇନ ମାଧ୍ୟମରେ ଜମି ଅଧିଗ୍ରହଣ କରିନେଇଛି, ସେ ମାମଲାରେ ନ୍ୟାୟପାଳିକା ହସ୍ତକ୍ଷେପ କରିବା ଅନୁଚିତ୍।

୪- ଦେଶର ଲୋକତାନ୍ତ୍ରିକ ବ୍ୟବସ୍ଥାରେ ସରକାରକୁ ପ୍ରତି ପାଞ୍ଚ ବର୍ଷରେ ନିର୍ବାଚନ ସମୟରେ ଲୋକମାନଙ୍କ ସମର୍ଥନ ଲୋଡ଼ିବାକୁ ପଡ଼ିଥାଏ। ସରକାରୀ ଚାକିରି ପାଇଁ ଯୁବକମାନଙ୍କୁ କଠିନ ପରୀକ୍ଷାର ଅନେକ ପ୍ରକ୍ରିୟା ଦେଇ ଗତି କରିବାକୁ ପଡ଼ିଥାଏ। କିନ୍ତୁ ବିଚାରପତି ହେବାକୁ କୌଣସି ପାରଦର୍ଶୀ ପ୍ରକ୍ରିୟା ନାହିଁ। ବିଚାରପତି ଦ୍ୱାରା ନିଜର ପରିଚିତ ଲୋକଙ୍କ ଭିତରୁ ନୂଆ ବିଚାରପତି ନିଯୁକ୍ତି କରିବା କଲେଜିୟମ ପ୍ରଣାଳୀକୁ ସୁପ୍ରିମକୋର୍ଟର ୫ଜଣ ବିଚାରପତି ୨୦୧୫ରେ କଡ଼ା ସମାଲୋଚନା କରିଥିଲେ। ବିଚାର ବ୍ୟବସ୍ଥାରେ ସାଧାରଣ ଜନତା ପ୍ରତି ଉତ୍ତରଦାୟୀ ନ ହେବା ସହିତ ଆଭିଜାତ୍ୟ ଏଜେଣ୍ଡାକୁ ଆଗକୁ ବଢ଼ାଯାଇଥାଏ। ଦେଶରେ ୩କୋଟି ମାମଲା ବିଚାର ପାଇଁ ପଡ଼ିରହିଥିବାରୁ ୨୫କୋଟି ଲୋକ ନ୍ୟାୟରୁ ବଞ୍ଚିତ ହେଉଛନ୍ତି। ଜନସାଧାରଣଙ୍କୁ ନ୍ୟାୟ ଦେବା ପରିବର୍ତ୍ତେ ନ୍ୟାୟଳୟରେ ବ୍ୟଭିଚାର, ସମଲିଙ୍ଗିତା, ସାବରିମାଳା ଭଳି ମାମଲାକୁ ଅଧିକ ଗୁରୁତ୍ୱ ଦିଆଯାଉଛି। ଏପରିକି ଅନେକ ମାମଲାରେ ଅର୍ଦ୍ଧ ରାତିରେ ଶୁଣାଣୀ କରିଥିବା ସୁପ୍ରିମକୋର୍ଟ ଅଯୋଧ୍ୟା ମାମଲାର ବିଚାର ପାଇଁ ନିରବ କାହିଁକି? ବିଚାରପତି ନିଯୁକ୍ତି ପ୍ରଣାଳୀରେ ପାରିଦର୍ଶୀତା ଓ ସୁଧାର ପାଇଁ ମୁଁ ଆବେଦନ କରିବା ସହିତ କେନ୍ଦ୍ର ସରକାରଙ୍କୁ ମଧ୍ୟ ସୂଚନା ଦେଇଥିଲି। ଏହା ଉପରେ ଏ ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। ଦେଶର ଯୁମକମାନଙ୍କ ମଧ୍ୟରେ ଯୋଗ୍ୟତାର ଅଭାବ ନାହିଁ। ବିଚାରପତି ନିଯୁକ୍ତିରେ ନେଟୱାର୍କିଂ ପରିବର୍ତ୍ତେ ଯୋଗ୍ୟତା ଓ ସଚ୍ଚୋଟପଣିଆକୁ ପ୍ରାଥମିକତା ମିଳିଲେ ଦେଶରେ ବିଚାରକ୍ରାନ୍ତି ଆସିପାରିବ। ଏଥିରେ ସାଧାରଣ ଲୋକଙ୍କୁ ଶୀଘ୍ର ନ୍ୟାୟ ମିଳିବା ସହିତ ଅଯୋଧ୍ୟା ଭଳି ମାମଲାର ତ୍ୱରିତ ବିଚାର ସମ୍ଭବ ହୋଇପାରିବ।

୫- ରାମ ମନ୍ଦିର ମାମଲା ଗତ ଦୁଇ ଶତାବ୍ଦୀ ଧରି ବିଭିନ୍ନ ଅଦାଲତରେ ବିଚାର ପାଇଁ ପଡ଼ି ରହି ବିଶ୍ୱର ସବୁଠାରୁ ପୁରୁଣା ମାମଲା ଭାବେ ପରିଚିତ ହେଲାଣି। ସ୍ୱାଧିନତା ପରେ ସମ୍ୱିଧାନର ଧାରା ୨୧ ଅନୁସାରେ ଲୋକମାନଙ୍କୁ ତୁରନ୍ତ ନ୍ୟାୟ ପ୍ରଦାନକୁ ମୌଳିକ ଅଧିକାରରେ ସାମିଲ କରାଯାଇଛି। ଦେଶର ଅଦାଲତରେ ଗୀତାକୁ ଗୁରୁତ୍ୱ ଦିଆଯାଉଥିିବାବେଳେ ରାମଙ୍କୁ କାହିଁକି ନ୍ୟାୟ ମିଳୁନାହିଁ। ସୁପ୍ରିମକୋର୍ଟରେ ଏହି ମାମଲା ଆଗାମୀ ବର୍ଷ ଜାନୁୟାରୀ ପରେ ଶୁଣାଣୀ ସମ୍ଭବ ହୋଇପାରିବ। ୨୦୧୦ଅକ୍ଟୋବରରେ ଆହ୍ଲାବାଦ ହାଇକୋର୍ଟର ୮୦୦୦ପୃଷ୍ଠାର ରାୟ ବିରୋଧରେ ୨୦୧୧ ମଇ ମାସରେ ସୁପ୍ରିମକୋର୍ଟରେ ଅପିଲ କରାଯାଇଥିଲା। ଏହି ମାମଲାରେ ଲକ୍ଷାଧିକ ପ୍ରମାଣପତ୍ର କୋର୍ଟ ମାଗିଥିଲେ। ଏହି ପ୍ରମାଣପତ୍ର ହାଇକୋର୍ଟରୁ ସୁପ୍ରିମକୋର୍ଟକୁ ଆସିବା ପାଇଁ ୩ବର୍ଷ ସମୟ ଲାଗିଯାଇଥିଲା। ଏହି ପ୍ରମାଣପତ୍ର ଇଂରାଜୀରେ ଅନୁବାଦ ହୋଇନପାରବାରୁ ଏହାର ଶୁଣାଣୀ ଅନେକ ବର୍ଷ ପର୍ଯ୍ୟନ୍ତ ହୋଇପାରିନଥିଲା।

ବର୍ତ୍ତମାନ ଅନେକ ରାଜ୍ୟରେ ନିର୍ବାଚନ ହେଉଥିବାରୁ ଜିତିବା ପାଇଁ ସମସ୍ତ ରାଜନୈତିକ ଦଳର ନେତାମାନେ ମନ୍ଦିରକୁ ଯାଉଛନ୍ତି। ଏହା ପରେ ବି ରାମ ମନ୍ଦିର ପ୍ରମାଣପତ୍ର ଇଂରାଜୀରେ ଅନୁବାଦକୁ ଏହି ରାଜନୈତିକ ନେତାମାନେ ଗୁରୁତ୍ୱ ଦେଉନାହାନ୍ତି। ରାଷ୍ଟ୍ରୀୟ ମହତ୍ତ୍ୱ ଥିବା ଏହି ମାମଲାର ଶୁଣାଣୀକୁ ସୁପ୍ରିମକୋର୍ଟ ଦ୍ୱାରା ଘୁଞ୍ଚିବା ଦ୍ୱାରା ଅସନ୍ତୋଷ ପ୍ରକାଶ କରାଯାଉଛି। ଯେ ପର୍ଯ୍ୟନ୍ତ କେନ୍ଦ୍ର ସରକାର ଏହି ମାମଲାରେ । ଯେ ପର୍ଯ୍ୟନ୍ତ କେନ୍ଦ୍ର ସରକାର ଏହି ମାମଲାରେ ଔପଚାରିକ ଭାବେ ପକ୍ଷଭୁକ୍ତ ନ ହୋଇଛନ୍ତି ସେ ପର୍ଯ୍ୟନ୍ତ ଓକିଲଙ୍କ ବୁଦ୍ଧିକୁ କିଏ ସମ୍ଭାଳିବ?

୨୦୧୯ ଜାନୁଆରୀରେ ସୁପ୍ରିମକୋର୍ଟ ଯଦି ଅଯୋଧ୍ୟା ମାମଲାର ଶୁଣାଣୀ ଆରମ୍ଭ କରିଦିଏ ତେବେ ଶୁଣାଣୀ, ନିଷ୍ପତ୍ତି, ପୁନର୍ବିଚାର ଆବେଦନ ଓ କ୍ୟୁରୋଟିଭ ଆବେଦନ ବିଭିନ୍ନ ସମୟରେ ଅନେକ ବର୍ଷ ଧରି ଚାଲିବ। ପ୍ରାଇଭେସୀ, ଆଧାର, ସାବରୀମାଳା ମାମଲା ଭଳି ଯଦି ଅଯୋଧ୍ୟା ମାମଲା ପାଇଁ ସମ୍ୱିଧାନ ପୀଠ ପାଇଁ ଦାବି ଉଠେ ତେବେ ପୁଣି ତଷର ମୂଳରୁ ଶୁଣାଣୀ ଆରମ୍ଭ ହେବ। ସୁପ୍ରିମକୋର୍ଟ ଯଦି ଅଯୋଧ୍ୟା ମାମଲାକୁ ପୁନର୍ବିଚାର ପାଇଁ ଆହ୍ଲାବାଦ ହାଇକୋର୍ଟକୁ କହେ ତେବେ ଏହି ମାମଲା ପୁରି ଥରେ ଥଣ୍ଡା ବସ୍ତାରେ ପଡ଼ିରହିବ। ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇ ବିଚାର ପାଇଁ ପଡ଼ି ରହିଥିବା ମାମଲା ଉପରେ ଚିନ୍ତା ପ୍ରକଟ କରି କହିଛନ୍ତି ନ୍ୟାୟ ପାଇବା ପାଇଁ ଲୋକମାନଙ୍କୁ ପିଢ଼ି ପରେ ପିଢ଼ି ଅପେକ୍ଷା କରିାବକୁ ପଡ଼ୁଛି। ଏଭଳି କ୍ଷେତ୍ରରେ ତାଙ୍କ କାର୍ଯ୍ୟକାଳରେ ଅଯୋଧ୍ୟା ମାମଲାର ବିଚାର ବିଳମ୍ୱ ଦୁର୍ଭାଗ୍ୟପୁର୍ଣ୍ଣ।

୬- ଅଯୋଧ୍ୟା ମାମଲାରେ ପୁଣି ସ୍ଥଗିତ ବା ଯଥାସ୍ଥିତି ଆଦେଶକୁ ନରସ୍ତ୍ର କରିବା ପାଇଁ ସୁପ୍ରିମକୋର୍ଟ ଯଦି ପଦକ୍ଷେପ ନ ନିଏ ତେବେ ୧୯୯୩ର ଆଇନରେ ସଂଶୋଧନ କରିବା ଅଧିକାର ସରକାରଙ୍କ ପାଖରେ ରହିଛି। ସାମ୍ୱିଧାନିକ ବ୍ୟବସ୍ଥା ଓ ୧୯୯୪ର ବୋମ୍ମାଇ ମାମଲାର ଦ୍ୱାହି କୁହାଯାଉଛି ଧର୍ମ ନିରପେକ୍ଷ ବ୍ୟବସ୍ଥାରେ ମନ୍ଦିର ନିର୍ମାଣ ପାଇଁ ସରକାର ଜମି ଦେଇ ପାରିବେ ନାହିଁ। ଧର୍ମ ନିରପେକ୍ଷତା ସମ୍ପର୍କରେ ସମ୍ୱିଧାନରେ ଥିବା ବ୍ୟବସ୍ଥାକୁ ଜରୁରୀକାଳୀନ ପରିସ୍ଥିତିରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଦ୍ୱାରା ସାମିଲ କରାଯାଇଥିଲା।

ଦେଶର ସମ୍ୱିଧାନରେ ମହାତ୍ମା ଗାନ୍ଧି ଓ ଡ଼ା. ଭୀମରାଓ ଆମ୍ୱେଦକରଙ୍କ ସ୍ୱତନ୍ତ୍ର ପ୍ରଭାବ ରହିଛି। ସମ୍ୱିଧାନର ମୂଳ ପ୍ରସ୍ତାବ ଓ ନୀତି ନିର୍ଦ୍ଦେଶକ ସିଦ୍ଧାନ୍ତରେ କଲ୍ୟାଣକାରୀ ରାଜ୍ୟର କଳ୍ପନା ମହାତ୍ମା ଗାନ୍ଧିଙ୍କ ରାମ ରାଜ୍ୟ ଚିନ୍ତା ସହିତ ସମାନ। ମହାତ୍ମା ଗାନ୍ଧି ସବୁବେଳେ ରାମରାଜ୍ୟ ସପକ୍ଷରେ ଥିଲେ। ତେଣୁ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ହେଲେ ଧର୍ମନିରପେକ୍ଷ ସିଦ୍ଧାନ୍ତର କିପରି ଉଲଘଂନ ହେବ? ଗଣତାନ୍ତ୍ରିକ ବ୍ୟବସ୍ଥାରେ ଜନତାଙ୍କ ଆଶାକୁ ସାକାର କରିବା ପାଇର୍ ସମ୍ୱିଧାନ ଏକ ଆଇନ ଦସ୍ତାବିଜ। ଭାରତରେ ଲୋକମାନେ ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ରାମ ନାମ ସହିତ ବାନ୍ଧି ହୋଇଛନ୍ତି। ତେବେ ରାମ ମନ୍ଦିର ନିର୍ମାଣରେ ଅଣ ସାମ୍ୱିଧାନିକ କିପରି ହୋଇପାରିବ ?

୭- ୧୯୯୩ରେ ସଂସଦ ଦ୍ୱାରା ପ୍ରସ୍ତୁତ ହୋଇଥିିବା ଆଇନ ଅନୁସାରେ ୬୭.୭୦୩ ଏକର ଜମିର ମାଲିକ କେନ୍ଦ୍ର ସରକାରଙ୍କୁ ଭୂଲ ଅଦାଲତ ଆଦେଶ ଯୋଗୁଁ ସୁରକ୍ଷାଦାତା ବୋଲି କୁହାଯାଉଛି। ସରକାର ଯଦି ଜମିର ମାଲିକ ତେବେ ଜମିକୁ କିପରି ପୁଣି ଥରେ ଅଧିଗ୍ରହଣ କରାଯିବ। ରାଜ୍ୟସଭାରେ ଯଦି ପ୍ରାଇଭେଟ ବିଲ ଆଗତ ହେବ ତା ଉପରେ ସହମତି ହୋଇପାରିବ ନାହିଁ। ଏହି ମାମଲାରେ ସମାଧାନ ନାମରେ ସଂସଦରେ ନୂଆ ଆଇନ ହୋଇ ରାମ ମନ୍ଦିର ମାମଲା ଆହୁରି ଜଟିଳ ହୋଇଯିବ। ତିନି ତଲାକ ଭଳି ମାମଲା ଉପରେ ସରକାର ଅଧ୍ୟାଦେଶ ଜାରୀ କରିଛନ୍ତି। ସେହିଭଳି ଜନାଦେଶ ଅନୁସାରେ ୧୯୯୩ର ଆଇନରେ ସଂଶୋଧନ ପାଇଁ ତୁରନ୍ତ ଅଧ୍ୟାଦେଶ ଜାରୀ କରି ରାମ ମନ୍ଦିର ନିର୍ମାଣ ମାର୍ଗ ସ୍ତ୍ରଶସ୍ତ କରିବା ଉଚିତ୍।

Add a Comment

Your email address will not be published. Required fields are marked *


7 − = two