୨୦୧୯ରେ ଜିତିବା ଭରଷା ନାହିଁ କଂଗ୍ରେସ ନେତାଙ୍କର

ଭୁବନେଶ୍ୱର: ଆଗାମୀ ୨୦୧୯ ନିର୍ବାଚନରେ ଶାସକ ବିଜେପିକୁ କେନ୍ଦ୍ରରୁ ହଟାଇବା ପାଇଁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ସମସ୍ତ ପ୍ରକାରର ପ୍ରୟାସ କରୁଛନ୍ତି। କିନ୍ତୁ ରାହୁଲଙ୍କ ପ୍ରୟାସକୁ କଂଗ୍ରେସର ବରିଷ୍ଠ ନେତାମାନେ ବିଶ୍ୱାସକୁ ନେଇ ପାରୁନାହାଁନ୍ତି। କଂଗ୍ରେସ ନିଜ ବଳରେ ଆଗାମୀ ନିର୍ବାଚନ ଜିତି କ୍ଷମତାକୁ ଆସିବା କଷ୍ଟକର ବୋଲି ଦଳର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ସଲମାନ ଖୁର୍ସିଦ କହିଛନ୍ତି।

ସଲମାନ ଖୁର୍ସିଦଙ୍କ କହିବା ଅନୁସାରେ ୨୦୧୯ରେ ବିଜେପିକୁ ହରାଇବାକୁ ହେଲେ ସମସ୍ତ ରାଜନୈତିକ ଦଳମାନେ ଏକାଠି ନିର୍ବାଚନ ଲଢ଼ିବା ଉଚିତ୍। ଏଥିପାଇଁ ବିରୋଧି ଦଳର ନେତାମାନେ ଦଳୀୟ ସ୍ୱାର୍ଥକୁ ତ୍ୟାଗ କରିବା ସହିତ ନିର୍ବାଚନୀ ମେଣ୍ଟ ପାଇଁ ପ୍ରସ୍ତୁତ ହେବା ଆବଶ୍ୟକ। ବର୍ତ୍ତମାନ ଯେଉଁ ସ୍ଥିତି ରହିଛି ସେଥିରେ କଂଗ୍ରେସ ଏକା ଲଢ଼ି ବିଜେପିକୁ ହରାଇ କ୍ଷମତାକୁ ଆସିବା ସମ୍ଭବ ନୁହେଁ। ଖୁର୍ସିଦଙ୍କ ମତରେ ତାଙ୍କ ଦଳର ସମସ୍ତ ନେତାମାନଙ୍କ କହିବା ଅନୁସାରେ ଦେଶରେ କ୍ଷମତାସୀନ ମୋଦୀ ସରକାରକୁ ହରାଇବା ପାଇଁ ନିର୍ବାଚନୀ ମେଣ୍ଟର ଆବଶ୍ୟକତା ରହିଛି। ନିର୍ବାଚନୀ ମେଣ୍ଟ ପାଇଁ ସମସ୍ତ ପ୍ରକାରର ତ୍ୟାଗ କରିବା ପାଇଁ କଂଗ୍ରେସ ପ୍ରସ୍ତୁତ ରହିଛି। କଂଗ୍ରେସ ଭଳି ଅନ୍ୟ ବିରୋଧିଦଳମାନେ ମଧ୍ୟ ସାମାନ୍ୟ ସ୍ୱାର୍ଥ ତ୍ୟାଗ କରିବା ଆବଶ୍ୟକ।

ଏକୁଟିଆ ନିର୍ବାଚନ ଲଢ଼ି କ୍ଷମତାକୁ ଫେରିବା ପ୍ରଶ୍ନ ଉପରେ ଖୁର୍ସିଦ କହିଛନ୍ତି, ବର୍ତ୍ତମାନ ସ୍ଥିତିରେ ଅସମ୍ଭବ ଲାଗୁଛି। କଂଗ୍ରେସ ମେଣ୍ଟ ପାଇଁ ପ୍ରସ୍ତୁତ ଅଛି, ଏଥିପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ବାରମ୍ୱାର ପ୍ରସ୍ତାବ ଦେଇ ସାରିଛି ବୋଲି ସେ କହିଛନ୍ତି। ବହୁଜନ ସମାଜ ପାର୍ଟି ନେତ୍ରୀ ମାୟାବତୀ କଂଗ୍ରେସ ସହିତ ମେଣ୍ଟ ନ କରି ରାଜସ୍ଥାନ, ମଧ୍ୟ ପ୍ରଦେଶ ଓ ଛତିଶଗଡ଼ରେ ବିଦାନସଭା ନିର୍ବାଚନ ଲଢ଼ୁଛି। ଏହି ତିନି ରାଜ୍ୟରେ କଂଗ୍ରେସ ବିଏସପି ସହିତ ମେଣ୍ଟ କରି ନିର୍ବାଚନ ଲଢ଼ିବ ବୋଲି ସ୍ଥିର ହୋଇଥିଲେ ମାୟାବତୀ କଂଗ୍ରେସକୁ ଝଟକା ଦେଇ ଏକାକୀ ନିର୍ବାଚନ ଲଢ଼ିବାର ଘୋଷଣା କରିଛନ୍ତି।

ଉତ୍ତରପ୍ରଦେଶରେ ଦେଶର ସବୁଠାରୁ ଅଧିକ ଲୋକସଭା ଆସନ ରହିଛି। ତେଣୁ ଖୁର୍ସିଦଙ୍କ ବୟାନର ବହୁତ ଗୁରୁତ୍ୱ ରହିଛି। ଉତ୍ତରପ୍ରଦେଶରେ କଂଗ୍ରେସର ସାଂଗଠନିକ ସ୍ଥିତି ଆଦୌ ଭଲ ନାହିଁ। ଗତ ନିର୍ବାଚନରେ କଂଗ୍ରେସ ଉତ୍ତରପ୍ରଦେଶର ୮୦ଟି ଆସନରୁ ମାତ୍ର ୨ଟି ଆସନ ଜିତିବାକୁ ସକ୍ଷମ ହୋଇଥିଲା। ତେଣୁ ଖୁର୍ସିଦଙ୍କ ବୟାନ ଅନୁସାରେ ନିର୍ବାଚନୀ ମେଣ୍ଟ ବିନା କଂଗ୍ରେସ ବିଜେପିକ ହରାଇବା ସମ୍ଭବ ନୁହେଁ।

Get in Touch

Leave A Reply

Please enter your comment!
Please enter your name here


4 × = twenty four

Related Articles

ପବ୍‌ଜିର ପୁନଃ ଏଣ୍ଟ୍ରି ଉଦ୍ୟମକୁ କେନ୍ଦ୍ରର ବିରୋଧ

ଅନେକ ଖେଳ ବ୍ୟବହାରକାରୀ ପବ୍‌ଜି ମୋବାଇଲ ଗେମ୍‌କୁ ଭାରତକୁ ଫେରିବା ପାଇଁ ଅପେକ୍ଷା କରିଛନ୍ତି, କିନ୍ତୁ ଲାଗୁଛି ଯେ ପବ୍‌ଜି ଭାରତରେ ଅନୁମତି ଦେବାକୁ ସରକାର ଆଗ୍ରହୀ ନୁହଁନ୍ତି ।   ପବ୍‌ଜି...

ଟାଇମ୍ସ ମେଗା ପୋଲ : ପୁଣି ମୋଦି

ମାର୍ଚ୍ଚ ପ୍ରଥମ ସପ୍ତାହରେ ଲୋକସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇପାରେ। ଆଗାମୀ ନିର୍ବାଚନରେ ଦେଶର ଜନତାଙ୍କ ମନୋଭାବ ଜାଣିବା ପାଇଁ ଟାଇମ୍ସ ଗ୍ରୁପ ପକ୍ଷରୁ ମେଗା ପୋଲ...

ଜନସଂଖ୍ୟା ଅନୁପାତରେ ସାଂସଦ ଆସନ ବଢ଼ୁ: ପ୍ରଣବ ମୁଖାର୍ଜୀ

ଦେଶର ମତଦାତାଙ୍କ ସଂଖ୍ୟା ଅନୁପାତରେ ସଂସଦରେ ଆସନ ସଂଖ୍ୟା ବୃଦ୍ଧି ପାଇବାକୁ ପୂର୍ବତନ ରାଷ୍ଟ୍ରପତି ତଥା ବିଚକ୍ଷଣ ରାଜନୀତିଜ୍ଞ ପ୍ରଣବ ମୁଖାର୍ଜୀ ପ୍ରସ୍ତାବ ଦେଇଛନ୍ତି। ଆଜି ନୂଆଦିଲ୍ଲୀରେ ଉପରାଷ୍ଟ୍ରପତି ଭେଗ୍ଧେୟା ନାୟଡ଼ୁଙ୍କ ଭାଷଣ...

Get in Touch

20,830FansLike
2,507FollowersFollow
0SubscribersSubscribe

Latest Posts

ପବ୍‌ଜିର ପୁନଃ ଏଣ୍ଟ୍ରି ଉଦ୍ୟମକୁ କେନ୍ଦ୍ରର ବିରୋଧ

ଅନେକ ଖେଳ ବ୍ୟବହାରକାରୀ ପବ୍‌ଜି ମୋବାଇଲ ଗେମ୍‌କୁ ଭାରତକୁ ଫେରିବା ପାଇଁ ଅପେକ୍ଷା କରିଛନ୍ତି, କିନ୍ତୁ ଲାଗୁଛି ଯେ ପବ୍‌ଜି ଭାରତରେ ଅନୁମତି ଦେବାକୁ ସରକାର ଆଗ୍ରହୀ ନୁହଁନ୍ତି ।   ପବ୍‌ଜି...

ଟାଇମ୍ସ ମେଗା ପୋଲ : ପୁଣି ମୋଦି

ମାର୍ଚ୍ଚ ପ୍ରଥମ ସପ୍ତାହରେ ଲୋକସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇପାରେ। ଆଗାମୀ ନିର୍ବାଚନରେ ଦେଶର ଜନତାଙ୍କ ମନୋଭାବ ଜାଣିବା ପାଇଁ ଟାଇମ୍ସ ଗ୍ରୁପ ପକ୍ଷରୁ ମେଗା ପୋଲ...

ଜନସଂଖ୍ୟା ଅନୁପାତରେ ସାଂସଦ ଆସନ ବଢ଼ୁ: ପ୍ରଣବ ମୁଖାର୍ଜୀ

ଦେଶର ମତଦାତାଙ୍କ ସଂଖ୍ୟା ଅନୁପାତରେ ସଂସଦରେ ଆସନ ସଂଖ୍ୟା ବୃଦ୍ଧି ପାଇବାକୁ ପୂର୍ବତନ ରାଷ୍ଟ୍ରପତି ତଥା ବିଚକ୍ଷଣ ରାଜନୀତିଜ୍ଞ ପ୍ରଣବ ମୁଖାର୍ଜୀ ପ୍ରସ୍ତାବ ଦେଇଛନ୍ତି। ଆଜି ନୂଆଦିଲ୍ଲୀରେ ଉପରାଷ୍ଟ୍ରପତି ଭେଗ୍ଧେୟା ନାୟଡ଼ୁଙ୍କ ଭାଷଣ...

ବଜାରରେ ମିଳିଲାଣି ମୋଦୀ ଶାଢ଼ୀ

୨୦୧୯ ଲୋକସଭା ନିର୍ବାଚନ ଯେତିକି ପାଖେଇ ଆସୁଛି ଏହାକୁ ନେଇ ବିଭିନ୍ନ ସାମଗ୍ରୀର ବଜାର ସେତିକି ଗରମ ହେବାରେ ଲାଗିଛି। ତା ଭିତରୁ ଗୁଜରାଟର ଶାଢ଼ୀ ବଜାର ଅନ୍ୟତମ। ନିର୍ବାଚନର ଠିକ୍ ପୂର୍ବରୁ...

ରାମ ମନ୍ଦିର ନିର୍ମାଣ ପାଇଁ ଗୋବିନ୍ଦାଚାର୍ଯ୍ୟ ବୁଦ୍ଧି ଦେଲେ ମୋଦିଙ୍କୁ

ଦେଶର ଲୋକତାନ୍ତ୍ରିକ ବ୍ୟବସ୍ଥାରେ ସରକାରକୁ ପ୍ରତି ପାଞ୍ଚ ବର୍ଷରେ ନିର୍ବାଚନ ସମୟରେ ଲୋକମାନଙ୍କ ସମର୍ଥନ ଲୋଡ଼ିବାକୁ ପଡ଼ିଥାଏ। ସରକାରୀ ଚାକିରି ପାଇଁ ଯୁବକମାନଙ୍କୁ କଠିନ ପରୀକ୍ଷାର ଅନେକ ପ୍ରକ୍ରିୟା ଦେଇ ଗତି କରିବାକୁ...