ସେବାୟତମାନଙ୍କର ବଂଶାନୁକ୍ରମିକ ଅଧିକାର ରହିବ;ଦାନ-ଦକ୍ଷିଣା ଉପରେ ଅଙ୍କୁଶ

ଭୁବନେଶ୍ୱର : ସେବାୟତମାନଙ୍କର ବଂଶାନୁକ୍ରମିକ ଅଧିକାର ରହିବ। ମାତ୍ର ମନ୍ଦିରର ଆବଶ୍ୟକତା ଅନୁସାରେ ସେବାୟତ ନିୟୋଜିତ ହେବେ। ଯେହେତୁ ମନ୍ଦିର ଭିତରେ ଦାନଦକ୍ଷିଣା ବ୍ୟବସ୍ଥା ରହିଛି ତେଣୁ ଭକ୍ତ ଓ ସେବାୟତଙ୍କ ଭିତରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି। ତେଣୁ ପୁରୀ ଶ୍ରୀମନ୍ଦିର ଭିତରେ ସେବାୟତମାନେ ନେଉଥିବା ଦାନ ବନ୍ଦ କରାଯିବା ଦରକାର। ଶ୍ରୀମନ୍ଦିର ପରିସରରେ କୌଣସି ଦାନ ଥାଳି କିମ୍ବା ବାକ୍ସ ରହିପାରିବ ନାହିଁ। ସେବାୟତ ନେଉଥିବା ଦାନ-ଦକ୍ଷିଣା ଉପରେ ଅଙ୍କୁଶ ଲଗାଇବାକୁ ନିଷ୍ପତ୍ତି ନିଆଯାଇଛି ବୋଲି କହିଛନ୍ତି ଶ୍ରୀମନ୍ଦିରର ମୁଖ୍ୟପ୍ରଶାସକ ପ୍ରଦୀପ୍ତ ମହାପାତ୍ର।

ଆଜି ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଆମିକସକ୍ୟୁରୀ ଗୋପାଳ ସୁବ୍ରମଣ୍ୟମ୍‌ ଶ୍ରୀମନ୍ଦିର ପରିଚାଳନା ସମିତିର ସଭ୍ୟ ଓ ଗଜପତି ମହାରାଜାଙ୍କୁ ଭେଟି ସୁପ୍ରିମକୋର୍ଟ ଦେଇଥିବା ରାୟ ପ୍ରସଙ୍ଗରେ ଆଲୋଚନା କରିଥିଲେ। ସର୍ବୋଚ୍ଚ ଅଦାଲତ ଦେଇଥିବା ୧୨ ଦଫା ସଂସ୍କାର ମଧ୍ୟରୁ ୯ଟିକୁ ଶ୍ରୀମନ୍ଦିର ପରିଚାଳନା ସମିତି ଗ୍ରହଣ କରି ନେଇଥିଲା। ଏସବୁକୁ ଅନୁଧ୍ୟାନ କରିବାକୁ ଆମିକସ କ୍ୟୁରି ପ୍ରତି ୨ ମାସରେ ଶ୍ରୀମନ୍ଦିର ଆସିବେ। ବାକି ୩ଟି ପ୍ରସଙ୍ଗ ଉପରେ ଆଲୋଚନା ପରେ ଉପରୋକ୍ତ ପ୍ରସଙ୍ଗ ଗଣମାଧ୍ୟମକୁ ଜଣାଇଛନ୍ତି ମୁଖ୍ୟପ୍ରଶାସକ ପ୍ରଦୀପ୍ତ ମହାପାତ୍ର।

ଏଥିସହ ଭକ୍ତମାନେ ଦେବାକୁ ଚାହୁଁଥିବା ଦାନ ଲାଗି ଶ୍ରୀମନ୍ଦିରର ୪ ଦ୍ୱାରରେ ୪ଟି ହୁଣ୍ଡି ଶ୍ରୀମନ୍ଦିର ପ୍ରଶାସନ ସ୍ଥାପନ କରିବ। ଭକ୍ତମାନେ ସ୍ୱଇଛାରେ ଦାନ ଏଥିରେ କରିବେ। ଦାନ ଗ୍ରହଣ ବନ୍ଦ ହେବା ହେତୁ ସେବାୟତମାନଙ୍କ ଆର୍ଥିକ ଆବଶ୍ୟକତା ଲାଗି ସେମାନଙ୍କୁ ଏକ ସମ୍ମାନଜନକ ପ୍ୟାକେଜ୍‌ ଦିଆଯିବ। ଏଥିସହ ସ୍ୱତନ୍ତ୍ର ପରିଚୟ ପତ୍ର ପ୍ରଦାନ କରାଯିବ। ଧୂଳିଆ ସେବାୟତମାନଙ୍କୁ ମଧ୍ୟ ପରିଚୟ ପତ୍ର ପ୍ରଦାନ କରାଯିବ ବୋଲି ଜଣାପଡ଼ିଛି।

ଶ୍ରୀମନ୍ଦିରକୁ ଶ୍ରୀଜିଉଙ୍କୁ ଦର୍ଶନ ଲାଗି ଆସୁଥିବା ଭକ୍ତମାନେ କେବଳ ସିଂହଦ୍ୱାର ଦେଇ ମନ୍ଦିରକୁ ପ୍ରବେଶ କରିବେ। ଅନ୍ୟ ତିନି ଦ୍ୱାର ଦେଇ ସେମାନେ ପ୍ରସ୍ଥାନ କରିବେ। ଏହାଛଡ଼ା ମେଘନାଦ ପାଚେରୀ ଠାରୁ ୫୦ ଫୁଟ ମଧ୍ୟରେ ଶ୍ରୀମନ୍ଦିର ଚତୁଃପାଶ୍ୱର୍ରେ ଭକ୍ତମାନଙ୍କ ପାଇଁ ବିଶ୍ରାମ ସ୍ଥଳ ରହିବ। ପୂର୍ବରୁ ଏସବୁ ନିଷ୍ପତ୍ତି ହୋଇଥିଲେ ହେଁ ଆଜି ଏହା ପରିଚାଳନା ସମିତି ବୈଠକରେ ଗୃହୀତ ହୋଇଛି।

Get in Touch

Leave A Reply

Please enter your comment!
Please enter your name here


eight × = 8

Related Articles

ପବ୍‌ଜିର ପୁନଃ ଏଣ୍ଟ୍ରି ଉଦ୍ୟମକୁ କେନ୍ଦ୍ରର ବିରୋଧ

ଅନେକ ଖେଳ ବ୍ୟବହାରକାରୀ ପବ୍‌ଜି ମୋବାଇଲ ଗେମ୍‌କୁ ଭାରତକୁ ଫେରିବା ପାଇଁ ଅପେକ୍ଷା କରିଛନ୍ତି, କିନ୍ତୁ ଲାଗୁଛି ଯେ ପବ୍‌ଜି ଭାରତରେ ଅନୁମତି ଦେବାକୁ ସରକାର ଆଗ୍ରହୀ ନୁହଁନ୍ତି ।   ପବ୍‌ଜି...

ଟାଇମ୍ସ ମେଗା ପୋଲ : ପୁଣି ମୋଦି

ମାର୍ଚ୍ଚ ପ୍ରଥମ ସପ୍ତାହରେ ଲୋକସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇପାରେ। ଆଗାମୀ ନିର୍ବାଚନରେ ଦେଶର ଜନତାଙ୍କ ମନୋଭାବ ଜାଣିବା ପାଇଁ ଟାଇମ୍ସ ଗ୍ରୁପ ପକ୍ଷରୁ ମେଗା ପୋଲ...

ଜନସଂଖ୍ୟା ଅନୁପାତରେ ସାଂସଦ ଆସନ ବଢ଼ୁ: ପ୍ରଣବ ମୁଖାର୍ଜୀ

ଦେଶର ମତଦାତାଙ୍କ ସଂଖ୍ୟା ଅନୁପାତରେ ସଂସଦରେ ଆସନ ସଂଖ୍ୟା ବୃଦ୍ଧି ପାଇବାକୁ ପୂର୍ବତନ ରାଷ୍ଟ୍ରପତି ତଥା ବିଚକ୍ଷଣ ରାଜନୀତିଜ୍ଞ ପ୍ରଣବ ମୁଖାର୍ଜୀ ପ୍ରସ୍ତାବ ଦେଇଛନ୍ତି। ଆଜି ନୂଆଦିଲ୍ଲୀରେ ଉପରାଷ୍ଟ୍ରପତି ଭେଗ୍ଧେୟା ନାୟଡ଼ୁଙ୍କ ଭାଷଣ...

Get in Touch

20,830FansLike
2,507FollowersFollow
0SubscribersSubscribe

Latest Posts

ପବ୍‌ଜିର ପୁନଃ ଏଣ୍ଟ୍ରି ଉଦ୍ୟମକୁ କେନ୍ଦ୍ରର ବିରୋଧ

ଅନେକ ଖେଳ ବ୍ୟବହାରକାରୀ ପବ୍‌ଜି ମୋବାଇଲ ଗେମ୍‌କୁ ଭାରତକୁ ଫେରିବା ପାଇଁ ଅପେକ୍ଷା କରିଛନ୍ତି, କିନ୍ତୁ ଲାଗୁଛି ଯେ ପବ୍‌ଜି ଭାରତରେ ଅନୁମତି ଦେବାକୁ ସରକାର ଆଗ୍ରହୀ ନୁହଁନ୍ତି ।   ପବ୍‌ଜି...

ଟାଇମ୍ସ ମେଗା ପୋଲ : ପୁଣି ମୋଦି

ମାର୍ଚ୍ଚ ପ୍ରଥମ ସପ୍ତାହରେ ଲୋକସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇପାରେ। ଆଗାମୀ ନିର୍ବାଚନରେ ଦେଶର ଜନତାଙ୍କ ମନୋଭାବ ଜାଣିବା ପାଇଁ ଟାଇମ୍ସ ଗ୍ରୁପ ପକ୍ଷରୁ ମେଗା ପୋଲ...

ଜନସଂଖ୍ୟା ଅନୁପାତରେ ସାଂସଦ ଆସନ ବଢ଼ୁ: ପ୍ରଣବ ମୁଖାର୍ଜୀ

ଦେଶର ମତଦାତାଙ୍କ ସଂଖ୍ୟା ଅନୁପାତରେ ସଂସଦରେ ଆସନ ସଂଖ୍ୟା ବୃଦ୍ଧି ପାଇବାକୁ ପୂର୍ବତନ ରାଷ୍ଟ୍ରପତି ତଥା ବିଚକ୍ଷଣ ରାଜନୀତିଜ୍ଞ ପ୍ରଣବ ମୁଖାର୍ଜୀ ପ୍ରସ୍ତାବ ଦେଇଛନ୍ତି। ଆଜି ନୂଆଦିଲ୍ଲୀରେ ଉପରାଷ୍ଟ୍ରପତି ଭେଗ୍ଧେୟା ନାୟଡ଼ୁଙ୍କ ଭାଷଣ...

ବଜାରରେ ମିଳିଲାଣି ମୋଦୀ ଶାଢ଼ୀ

୨୦୧୯ ଲୋକସଭା ନିର୍ବାଚନ ଯେତିକି ପାଖେଇ ଆସୁଛି ଏହାକୁ ନେଇ ବିଭିନ୍ନ ସାମଗ୍ରୀର ବଜାର ସେତିକି ଗରମ ହେବାରେ ଲାଗିଛି। ତା ଭିତରୁ ଗୁଜରାଟର ଶାଢ଼ୀ ବଜାର ଅନ୍ୟତମ। ନିର୍ବାଚନର ଠିକ୍ ପୂର୍ବରୁ...

ରାମ ମନ୍ଦିର ନିର୍ମାଣ ପାଇଁ ଗୋବିନ୍ଦାଚାର୍ଯ୍ୟ ବୁଦ୍ଧି ଦେଲେ ମୋଦିଙ୍କୁ

ଦେଶର ଲୋକତାନ୍ତ୍ରିକ ବ୍ୟବସ୍ଥାରେ ସରକାରକୁ ପ୍ରତି ପାଞ୍ଚ ବର୍ଷରେ ନିର୍ବାଚନ ସମୟରେ ଲୋକମାନଙ୍କ ସମର୍ଥନ ଲୋଡ଼ିବାକୁ ପଡ଼ିଥାଏ। ସରକାରୀ ଚାକିରି ପାଇଁ ଯୁବକମାନଙ୍କୁ କଠିନ ପରୀକ୍ଷାର ଅନେକ ପ୍ରକ୍ରିୟା ଦେଇ ଗତି କରିବାକୁ...