ଉଜ୍ଜଳା ଭଳି ଆୟୁଷ୍ମାନ ଭାରତ ମୋଦି ସରକାରକୁ ନିର୍ବାଚନ ଜିତାଇ ପାରିବନି

ଭୁବନେଶ୍ୱର: ଆୟୁଷ୍ମାନ ଭାରତ ଯୋଜନା ମୋଦି ସରକାରକୁ ୨୦୧୯ରେ ନିର୍ବାଚନ ବୈତରଣୀ ପାର କରାଇଦେବ ବୋଲି ବିଜେପି ପକ୍ଷରୁ ଯେଉଁ ଦାବି କରାଯାଉଛି ତାହା ଠିକ ନୁହେଁ। କାରଣ ଉଜ୍ଜଳା ଯୋଜନା ଏବେ ସହରାଞ୍ଚଳରୁ ଆରମ୍ଭ କରି ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ଯେପରି ଲୋକପ୍ରିୟ ହୋଇଚି ତାହା ଆଗାମୀ ନିର୍ବାଚନରେ ବିଜେପିକୁ ସଫଳତା ଦେବ। କିନ୍ତୁ ଆୟୁଷ୍ମାନ ଭାରତ ୨୦୧୯ ପରିବେର୍ତ୍ତ ୨୦୨୪ନିର୍ବାଚନରେ ବହୁତ ବଡ ପ୍ରଭାବ ପକାଇବ ବୋଲି ରାଜନୀତିକ ମହଲରେ ଚର୍ଚ୍ଚା ହେଉଛି।

କାରଣ ବର୍ତ୍ତମାନ ଅଣ କଂଗ୍ରେସ ରାଜ୍ୟମାନେ ଆୟୁଷ୍ମାନ ଭାରତ ଭଳି ସ୍ୱାସ୍ଥ୍ୟବୀମା ଯୋଜନା ଚଳାଇଛନ୍ତି। ଆୟୁଷ୍ମାନ ଯୋଜନା କମ‍୍‌ ପ୍ରିମିୟମରେ ବୀମା ଅଧିକ ଦେବା ସହିତ ଅନେକ ପ୍ରକାରର ରୋଗକୁ କଭର କରୁଛି। ଆୟୁଷ୍ମାନ ଭାରତ ଯୋଜନାରେ ରାଜ୍ୟମାନେ ପ୍ରିମିୟମ ବାବଦକୁ ୪୦ ପ୍ରତିଶତ ଅର୍ଥ ଦେଉଥିବାବେଳେ ବାକି ୬୦ ପ୍ରତିଶତ କେନ୍ଦ୍ର ସରକାର ବହନ କରୁଛନ୍ତି। ତେଣୁ ଅନେକ ରାଜ୍ୟରେ ଥିବା ଅଣ ବିଜେପି ସରକାରମାନେ ନିଜର ସ୍ୱାସ୍ଥ୍ୟବୀମା ଯୋଜନାକୁ କେନ୍ଦ୍ର ସରକାରଙ୍କ ସହିତ ବିଲୟ କରିବାକୁ ଚିନ୍ତା କରୁଛନ୍ତି। ଆନ୍ଧ୍ର ପ୍ରଦେଶ ସରକାର ଏନଟିଆରଙ୍କ ନାମରେ ଚଳାଉଥିବା ସ୍ୱାସ୍ଥ୍ୟବୀମା ଯୋଜନାକୁ କେନ୍ଦ୍ରର ଆୟୁଷ୍ମାନ ଯୋଜନାରେ ବିଲୟ କରିବାକୁ ଯାଉଛନ୍ତି।

ଏସବୁ ସେତ୍ତ୍ୱ ପ୍ରଶ୍ନ ଉଠୁଛି, ୨୦୧୯ ନିର୍ବାଚନରେ ଆୟୁଷ୍ମାନ ଭାରତ କାହିଁକି କେନ୍ଦ୍ର ସରକାରଙ୍କୁ ସହାୟତ କରିପାରିବ ନାହିଁ। ଉଜ୍ଜଳା ଯୋଜନା ଆୟୁଷ୍ମାନ ଭାରତ ଯୋଜନାର ପରିସୀମାରୁ ଛୋଟ ହୋଇଥିଲେ ହେଁ ଏହା କାହିଁକି ଅଧିକ ପ୍ରଭାବ ବିସ୍ତାର କରିବ। ଏ ସମ୍ପର୍କରେ ଅନୁଶୀଳନରୁ ଯେଉଁ ନିସ୍କର୍ଷ ଆସିଛି ତାହା ନିର୍ବାଚନ ପରିଚାଳନା କରୁଥିବା ପଣ୍ଡିତମାନଙ୍କୁ ଆଶ୍ଚର୍ଯ୍ୟ କରିଛି।

ବର୍ତ୍ତମାନ ସୁଦ୍ଧା ଦେଶର ୬କୋଟି ୬୦ଲକ୍ଷ ପରିବାରକୁ ଉଜ୍ଜଳା ଯୋଜନା ରୋଷେଇ ଗ୍ୟାସ କନେକ୍ସନ ଯୋଗାଇ ଦିଆଗଲାଣି। ୨୦୧୭ରେ ଉତ୍ତର ପ୍ରଦେଶ ନିର୍ବାଚନ ପୂର୍ବରୁ ରାଜ୍ୟର ୧୫ ପ୍ରତିଶତ ପରିବାରକୁ ଉଜ୍ଜଳା ଗ୍ୟାସ ସଂଯୋଗ ଯୋଗାଇ ଦିଆଯାଇଥିଲା। କର୍ଣ୍ଣାଟକରେ ମଧ୍ୟ ୧୦ ପ୍ରତିଶତ ପରିବାରକୁ ଉଜ୍ଜଳା ଯୋଜନାରେ ସାମିଲ କରାଯାଇଥିଲା। ଏହି ଯୋଜନା ଯୋଗୁଁ ଉଭୟ ରାଜ୍ୟରେ ବିଜେପି କେତେ ସଫଳତା ପାଇଛି ତାହା ଆମ ଆଖି ଆଗରେ ରହିଛି।

ଆୟୁଷ୍ମାନ ଭାରତ ଯୋଜନାରେ ୨୦୧୯ ନିର୍ବାଚନ ପୂର୍ବରୁ ମାତ୍ର ୭୫ଲକ୍ଷ ପରିବାରକୁ ସାମିଲ କରିବା ପାଇଁ ମୋଦି ସରକାର ଯୋଜନା ପ୍ରସ୍ତୁତ କରିଛି। ଏହି ସଂଖ୍ୟା ଉଜ୍ଜଳା ଯୋଜନାର ମାତ୍ର ୧୦ ପ୍ରତିଶତରୁ ସାମାନ୍ୟ ଅଧିକ। ଉଜ୍ଜଳା ଯୋଜନାରେ ଅଧିକ ପରିବାରକୁ ସାମିଲ କରାଯାଇଥିବାରୁ ତାହା ଯେପରି ସଫଳତା ଦେବ ଆୟୁଷ୍ମାନ ଭାରତ ଯୋଜନା ଦେଇ ପାରିବ ନାହିଁ।

ଦେଶର ଏକ କୋଟି ପରିବାର ଆୟୁଷ୍ମାନ ଯୋଜନାରେ ସାମିଲ ହୋଇପାରିବେ ବୋଲି ଆଶା କରାଯାଉଛି। ଏଥିରେ କେତେ ଲୋକ ଉପକୃତ ହୋଇପାରିବେ ତାହା ହିସାବ କରିବା ବଡ କଷ୍ଟକର ବ୍ୟାପାର। କାରଣ ଦେଖାଯାଉଛି ବିଭିନ୍ନ ରାଜ୍ୟରେ ଚାଲୁଥିବା ସ୍ୱାସ୍ଥ୍ୟବୀମା ଯୋଜନାରେ ମାତ୍ର ୧୦ ପ୍ରତିଶତ ସାମିଲ ହୋଇଛନ୍ତି। ତେଲେଙ୍ଗାନାରେ ଏପରି ଯୋଜନାରେ ଗତ ୪ବର୍ଷ ମଧ୍ୟରେ ସାମିଲ ହୋଇଥିବା ଲୋକଙ୍କ ସଂଖ୍ୟା ମୋଟ ଜନସଂଖ୍ୟାର ମାତ୍ର ୪ପ୍ରତିଶତ ବୋଲି ଜଣାପଡିଛି। ବାକି ଲୋକ କାହିଁକି ସାମିଲ ହୋଇନାହାନ୍ତି ବୋଲି ଯଦି ଆମେ ଅନୁଧ୍ୟାନ କରିବାରୁ ଜଣାପଡିଛି ଯେ, ସ୍ୱାସ୍ଥ୍ୟବୀମା ଯୋଜନାରେ ସାମିଲ ହେବାକୁ ଲୋକମାନେ ଚାହୁଁନାହାନ୍ତି। କାରଣ ଯେଉଁ ରୋଗ ଉଚ୍ଚ ବୀମା ଯୋଜନାରେ ସାମିଲ ହେବ ତାହା ବାର୍ଷିକ ୩ପ୍ରତିଶତରୁ ଅଧିକ ହେବ ନାହିଁ। ନିର୍ବାଚନକୁ ଆଉ ମାତ୍ର ୭ମାସ ବାକି ରହିଛି। ୨୦୧୯ ନିର୍ବାଚନ ବେଳକୁ ୧.୫ ପ୍ରତିଶତ ଅଧିକ ଲୋକ ଏହି ବୀମା ଯୋଜନାରେ ସାମିଲ ହୋଇପାରନ୍ତି ବୋଲି ଅନୁମାନ କରାଯାଉଛି। ଯାହାକି ଦେଶର ମାତ୍ର ୭୫ଲକ୍ଷ ପରିବାର ଏହି ସ୍ୱାସ୍ଥ୍ୟବୀମା ଯୋଜନାରେ ସାମିଲ ହୋଇପାରିବେ। ଏହି ପରିବାର ସଂଖ୍ୟା ଦେଶର ଜନସଂଖ୍ୟାର ମାତ୍ର ୨.୫ ପ୍ରତିଶତ ହେବ।

କିନ୍ତୁ ଉଜ୍ଜଳା ଯୋଜନାରେ ହିତାଧିକାରୀ ପରିବାର କର୍ଣ୍ଣାଟକରେ ୧୦ ପ୍ରତିଶତ ପରିବାର ରହିଛି। ଉଜ୍ଜଳା ଯୋଜନା ଯୋଗୁଁ ଗତ ନିର୍ବାଚନରେ ଉତ୍ତରପ୍ରଦେଶରେ ବିଜେପି ଅନେକ ସଫଳତା ପାଇଛି। ପ୍ରତି ୭ଜଣ ମତଦାତାଙ୍କ ମଧ୍ୟରୁ ଜଣେ ମତଦାତା ଉଜ୍ଜଳା ଯୋଜନା ଯୋଗୁଁ ଗ୍ୟାସ କନେକ୍ସନ ପ୍ରଥମ ଥର ପାଇଁ ପାଇଛନ୍ତି। ଯାହାକି ଆୟୁଷ୍ମାନ ଯୋଜନା ଏହାର ସମକକ୍ଷ ହୋଇପାରିବ ନାହିଁ କି ବିଜେପିକୁ ନିର୍ବାଚନୀ ସଫଳତା ଦେଇପାରିବ ନାହିଁ।

୨୦୧୯ ନିର୍ବାଚନ ପୂର୍ବରୁ ଯେଉଁ ମତଦାତାମାନେ ଆୟୁଷ୍ମାନ ଯୋଜନାରେ ସାମିଲ ହେବାକୁ ଚାହିଁବେ ସେମାନଙ୍କ ସଂଖ୍ୟା ଉଜ୍ଜଳା ତୁଳନାରେ ବହୁତ କମ‍୍‌ ରହିବ। କିନ୍ତୁ ୨୦୨୪ ନିର୍ବାଚନ ବେଳକୁ ଆୟୁଷ୍ମାନ ଭାରତ ଦେଶର ମତଦାତାଙ୍କ ମଧ୍ୟରୁ ୧୦-୧୫ ପ୍ରତିଶତ ପରିବାରକୁ ସାମିଲ କରିପାରିବ। ଆଗାମୀ ଦିନରେ ମତଦାତାମାନେ ଏହି ଯୋଜନାକୁ ଭଲ ଭାବରେ ବୁଝିବା ସହିତ ସରକାରଙ୍କ ମହତ ଉଦ୍ଦେଶ୍ୟକୁ ଜାଣିପାରିବେ। ଯାହାକି ଆଗାମୀ ଦିନରେ ଏହି ଯୋଜନା ପ୍ରବର୍ତ୍ତନକାରୀ ସରକାରକୁ ସୁଫଳ ପ୍ରଦାନ କରିବ।

କିନ୍ତୁ କଥା କହି ଲୋକମାନଙ୍କ ମନ ଜିଣୁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଗାମୀ ୭ମାସ ମଧ୍ୟରେ ଅଧିକରୁ ଅଧିକ ହିତାଧିକାରୀଙ୍କୁ ଆୟୁଷ୍ମାନ ଯୋଜନାରେ ସାମିଲ କରିପାରିବେ। ଯେତେ ଲୋକ ଏଥିରେ ସାମିଲ ହେବେ ବିଜେପିକୁ ସେତେ ଅଧିକ ସଫଳତା ମିଳିବ।

Add a Comment

Your email address will not be published. Required fields are marked *


6 − six =